Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: ଦୁର୍ଘଟଣାରେ ସହିଦ ହୋଇଛନ୍ତି ଯବାନ ନୀଳାଞ୍ଚଳ ପଟେଲ । ସେ ୪୮- ଆସାମ୍‌ ରାଇଫଲ୍‌ରେ ମଣିପୁରରେ କାର୍ଯ୍ୟରତ ଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ଅନ୍ୟ ଯବାନଙ୍କ ସହ ପାଟ୍ରୋଲିଂ କରୁଥିଲେ। ଗାଡ଼ି ଦୁର୍ଘଟଣା ହେବା ଫଳରେ ତାଙ୍କ ବିୟୋଗ ଘଟିଥିବା ଜଣାପଡ଼ିଛି।

ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ବାଘପାଲି ସୁନାଲରମ୍ଭା ଗ୍ରାମର ଆଦି ପଟେଲ ଓ ଗୁରୁବାରୀ ପଟେଲଙ୍କ ଦୁଇ ପୁଅଙ୍କ ମଧ୍ୟରୁ ନୀଳାଞ୍ଚଳ ସାନ। ସେ ୨୦୦୪ ମସିହାରେ ଆସାମ ରାଇଫଲ୍‌ରେ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *