ଚକୋଟିଆ ଭୁଞ୍ଜିଆ ଜନଜାତି ଦମ୍ପତିଙ୍କୁ ଦିଲ୍ଲୀରୁ ଡାକରା 

ଶବ୍ଦ ଓଡିଶା ବ୍ୟୁରୋ: ସ୍ୱାଧିନତା ଦିବସରେ ଚକୋଟିଆ ଭୁଞ୍ଜିଆ ଜନଜାତି ଦମ୍ପତିଙ୍କୁ ଦିଲ୍ଲୀରୁ ଡାକରା । ନୂଆପଡା ଜିଲ୍ଲା କୋମାନା ବ୍ଲକ ସୁନାବେଡା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଜନଜାତି ସଂପ୍ରଦାୟର ଯୁବ ଚାଷୀ ଯୁବରାଜ ଛତ୍ରିଆ ଓ ତାଙ୍କ ସ୍ତ୍ରୀ ଆସମତି ଛତ୍ରିଆଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ସ୍ୱାଧିନତା ଦିବସରେ ଆଦିମ ଜନଜାତୀ ସଂପ୍ରଦାୟରୁ ଅତିଥି ଭାବେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ୱତନ୍ତ୍ର ନିମନ୍ତ୍ରଣ ଆସିଛି ।
ଦିଲ୍ଲୀ ଗସ୍ତକୁ ନେଇ ଆଦିବାସୀ ଦଂପତି ବେଶ ଆନନ୍ଦିତ ହୋଇଛନ୍ତି । ତେବେ ସୁନାବେଡା ଅଭୟାରଣ୍ୟର ଅଧିଷ୍ଠାତ୍ରି ଦେବୀ ମା ସୁନାଦେଇଙ୍କ ଗଡବାସୀ ହୋଇଥିବାରୁ ଖାଲିପାଦରେ ଦିଲ୍ଲୀ ଯିବେ ବୋଲି କହିଛନ୍ତି ଯୁବରାଜ ଛତ୍ରିଆ । ସୁନାବେଡା ଅଭୟାରଣ୍ୟରେ ଚକୋଟିଆ ଭୁଞ୍ଜିଆ ଦମ୍ପତି ଦିଲ୍ଲୀ ଯିବା ଖବର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

You May Also Like

More From Author

+ There are no comments

Add yours