Wed. Oct 14th, 2026
ବେଳେ ବେଳେ ମନକୁ ଆସେ ,ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥର ନାମ ନନ୍ଦିଘୋଷ କାହିଁକି ? ନନ୍ଦି ଆଉ ଘୋଷ। ଏ ଦୁଇ ଶବ୍ଦର ମିଶ୍ରଣରେ ସୃଷ୍ଟି ହୋଇଛି ନନ୍ଦିଘୋଷ। ‘ନନ୍ଦି’ ହେଉଛନ୍ତି ଭଗବାନ ଶିବଙ୍କ ବାହନ ଓ ‘ଘୋଷ’ ହେଉଛି ଗର୍ଜନ। ନନ୍ଦିଙ୍କ ଗର୍ଜନରୁ ରଥର ନାମ ହୋଇଛି ‘ନନ୍ଦିଘୋଷ’। 

ତ୍ରେତୟା ଯୁଗର ଏକ କଥା ସହ ନନ୍ଦିଘୋଷ ଶବ୍ଦଟି ଜଡ଼ିତ। ରାବଣ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଭଗବାନ ରାମଙ୍କ ସହ ଥିବା ବାନର ଓ ଭଲ୍ଲୁକମାନେ, ଯୁଦ୍ଧର ରଣନୀତି ପ୍ରସ୍ତୁତ କରୁଥାନ୍ତି। ଏହି ସମୟରେ ଇନ୍ଦ୍ର ଦେବତା ମଧ୍ୟ ଭଗବାନ ରାମଙ୍କୁ ସହାୟତା କରିବା ପାଇଁ ଚିନ୍ତା କରନ୍ତି। ପ୍ରଭୁ ରାମ ବନବାସୀ ହୋଇଥିବାରୁ, ତାଙ୍କ ପାଖରେ ରଥ ନ ଥାଏ। ଏଣୁ ରଥଟିଏ ପ୍ରଦାନ କରନ୍ତି ଦେବରାଜ ଇନ୍ଦ୍ର।

ହେଲେ ରାବଣର ସୈନ୍ୟଙ୍କୁ ପରାସ୍ତ କରିବା ରାମଙ୍କ ପକ୍ଷେ ସମ୍ଭବ ହୁଏ ନାହିଁ। ଏହି ସମୟରେ ବିଷ୍ଣୁରୂପୀ ଶ୍ରୀରାମଙ୍କୁ ସହାୟତା କରିବା ପାଇଁ ଭଗବାନ ଶିବ ନିଜ ବାହନ ‘ନନ୍ଦି’ଙ୍କୁ ପ୍ରେରଣ କରନ୍ତି। ନନ୍ଦିଙ୍କୁ ଧାରଣ କରିବାର ଶକ୍ତି କାହାର ନ ଥିବାରୁ, ବିଷ୍ଣୁଙ୍କ ସୁଦର୍ଶନ ଚକ୍ରରେ ସ୍ଥାପିତ ହୁଅନ୍ତି ନନ୍ଦି। ଦୁଇ ମହାଶକ୍ତି ଏକାଠି ହୁଅନ୍ତି।

ସୁଦର୍ଶନଙ୍କ ଘୂର୍ଣ୍ଣନ ବେଳେ ନନ୍ଦିଙ୍କ ଅବସ୍ଥାନ ଯୋଗୁଁ, ନନ୍ଦି ଭୀଷଣ ଗର୍ଜନ କରନ୍ତି। ସେହି ଗର୍ଜନ ଫଳରେ ରାବଣର ଅର୍ଦ୍ଧାଧିକ ସୈନ୍ୟ ପ୍ରାଣ ହରାନ୍ତି ଓ ଶ୍ରୀରାମଙ୍କ ବିଜୟର ପଥ ସୁଗମ ହୁଏ। ଏଣୁ ଇନ୍ଦ୍ରଙ୍କ ପ୍ରଦତ୍ତ ଏହି ରଥର ନାମ ହୁଏ ‘ନନ୍ଦିଘୋଷ’।

ଶ୍ରୀକ୍ଷେତ୍ର ରେ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିରାଜମାନ କରୁଥିବା ଏହି ରଥରେ ମହାପ୍ରଭୁଙ୍କ ବିଗ୍ରହ ସହ ତାଙ୍କ ପ୍ରମୁଖ ଚଳନ୍ତି ପ୍ରତିମା ମଦନମୋହନ ମଧ୍ୟ ଗୁଣ୍ଡିଚା ଯାତ୍ରା କରିଥାନ୍ତି।
ଏବେ ଆସନ୍ତୁ ଜାଣିବା ନନ୍ଦିଘୋଷ ରଥ ସମ୍ପର୍କରେ କିଛି ଜାଣିବା କଥା 

♦️ନନ୍ଦିଘୋଷ ରଥ

♦️ଅନ୍ୟ ନାମ: ଗରୁଡ଼ ଧ୍ୱଜ /ଚକ୍ରଧ୍ୱଜ / କପିଧ୍ୱଜ

♦️ରଥ ପ୍ରଦାନ କର୍ତ୍ତା : ଇନ୍ଦ୍ର

♦️ରଥ ନିର୍ମାଣ: ବିଶ୍ୱକର୍ମା

♦️ବ୍ୟବହୃତ କାଠ ସଂଖ୍ୟା : ୭୪୨-୮୩୧

♦️ଉଚ୍ଚତା : ୪୪ଫୁଟ ୩ ଇଞ୍ଚ ( ୩୩ ହାତ ୫ ଆଙ୍ଗୁଳି )

♦️ଚକ ସଂଖ୍ୟା : ୧୬ (ଷୋଡଶ ସିଦ୍ଧି ଅନୁପାତରେ )

♦️ଚକ ଅର : ୧୬

♦️ଚକ ବ୍ୟାସ : ୭ ଫୁଟ

♦️ଆବରଣ : ପୀତ ଲୋହିତ

♦️ଅଧୀଶ୍ଵର : ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ମଦନମୋହନ

♦️ଭଦ୍ର ପୀଠ ର ଆକାର : ଅଷ୍ଟାଦଳ ପଦ୍ମକୃତି

♦️ଆୟୁଧ : ଚକ୍ର ଓ ଶଙ୍ଖ

♦️ସାରଥୀ : ଦାରୁକ

♦️ରଥ ରକ୍ଷକ : ଗରୁଡ଼ ଓ ଇନ୍ଦ୍ର

♦️ରଥ ଦେବତା : ନୃସିଂହ

♦️ରଥ ଦେବୀ : ଯୋଗମାୟା

♦️ରଥ ଶକ୍ତି : ବିମଳା ଓ ବିରଜା

♦️ରଥ ଭୈରବ : ଏକପାଦ

♦️ରଥ ଶିରରେ : କଲ୍ୟାଣ ସୁନ୍ଦର

♦️ରଥ ପାଳକ : ଭୈରବ , ନୃସିଂହ, ଗରୁଡ଼, ବାସୁଦେବ

♦️ରଥ ଯକ୍ଷ : ହର୍ଯ୍ୟାକ୍ଷ

♦️ଦଉଡ଼ି ନାମ : ଶଙ୍ଖଚୁଡ଼

♦️୪ ଅଶ୍ୱ : ଶଙ୍ଖ , ବଳାହକ , ଶ୍ୱେତ , ହରିଦ୍ୱାଶ

♦️ଗନ୍ଧର୍ବ : ବୈଧୂତି

♦️ନେତର ନାମ : ତ୍ରିଲୋକ୍ୟ ମୋହିନୀ

♦️ଦ୍ୱାରପାଳ : ଜୟ ଓ ବିଜୟ

♦️ରଥ ପ୍ରତିହାର : କୁମୁଦ ଓ କମୁଦାକ୍ଷ

♦️ଋଷି ପଟାରେ ଋଷି : ନାରଦ , ଦେବଳ , ବ୍ୟାସ , ଶୁକଦେବ ,
ପରାଶର , ବିଶିଷ୍ଟ , ବିଶ୍ଵାମିତ୍ର ଓ ମାର୍କଣ୍ଡେୟ

♦️ଦଧିନଉତି : ହିରଣ୍ୟ ଗର୍ଭ

♦️ମୂର୍ଦ୍ଧାରେ : କେତୁ ଭଦ୍ରା

♦️ଚର ଦେବତା : ବରାହ ଓ ନୃସିଂହ

♦️ଚାରଣ : ନଳ ଓ କୁବେର

♦️ଗର୍ଭଧୀଶ୍ଵର ଅଷ୍ଟ ଶକ୍ତି: ହିରଣ୍ୟ ଗର୍ଭା , ଉତ୍କର୍ଷଣୀ -କ୍ରିୟା , ଯୋଗ ,ଆଜ୍ଞା , ଅନୁଜ୍ଞା , ପ୍ରଜ୍ଞା ଓ ମେଧା

♦️ଧ୍ବଜାରେ ବିରାଜିତ ସଂକେତ: ହନୁମାନ

♦️ରଥ ର ଶୂନ୍ୟ ଚକ୍ର ନାମ : ସୁଦର୍ଶନ

♦️ଦଧିନଉତି ଉପ ରିସ୍ଥ କଳସତ୍ରୟ : ନଭ , ବ୍ୟୋମ ଓ ଅକାଶ

♦️ରଥର କୁମ୍ଭ : ହିରଣ୍ମୟୀ , ସତ , ଶାନ୍ତି , ଦୟା , କ୍ଷମା

♦️ରଥ ରତ୍ନ : ସ୍ପଟିକ

♦️ବ୍ରହ୍ମ ସଦନର ଉଭୟ ପାର୍ଶ୍ୱସ୍ଥ ଉପାସକ : ବ୍ରହ୍ମା ଓ ଇନ୍ଦ୍ର

♦️ଓଲଟ ଶୁଆ : ଜୀବ ଓ ପରମ

ରଥ ପୀଠ : କନକ ମଞ୍ଚା

♦️ପୀଠର କ୍ଷେତ୍ର ଫଳ : ୩୫ ବର୍ଗ ଫୁଟ

♦️ଚନ୍ଦ୍ର ତାପ : କନକ ମୁଣ୍ଡାଇ

♦️ରଥାଧିପ : ବୈନତେୟ

♦️ରଥା ସୀନ ଅପସରା : ସମ୍ମୁଖ – ଉର୍ବଶୀ ଓ ଫୁଲ ମୋଚି
ପୃଷ୍ଠ ଭାଗ – କନକ ମଞ୍ଜରୀ ଓ କାମମଞ୍ଜରୀ
ବାମ ଭାଗ – ପ୍ରେମ ମଞ୍ଜରୀ ଓ ଚମ୍ପକ ମଞ୍ଜରୀ
ଦକ୍ଷିଣ ଭାଗ – ଅନଙ୍ଗ ମଞ୍ଜରୀ ଓ ଭ୍ରମର ମଞ୍ଜରୀ

♦️ସମ୍ମୁଖ ଦ୍ୱାରର ଚିତ୍ର – କଳ୍ପ ବୃକ୍ଷର ଦୁଇଟି ପତ୍ର

♦️ରଥ ପାର୍ଶ୍ୱ ଦେବତା – ହରିହର, ପଣ୍ଡୁ ନୃସିଂହ, ଗିରି ଗୋବର୍ଦ୍ଧନଧାରୀ, ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ପଞ୍ଚମୁଖି ହନୁମାନ, ରାବଣ ଛତ୍ରଭଙ୍ଗ, ମଧୁସୂଦନ, ରାମ।

♦️୧୬ ଚକର ନାମ – ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁସ୍ୱସ୍ତି, ଜାଗୃତି, ତୁରୀୟ, ଆମ, ଓ ନିର୍ବାଣ।

♦️*ଶିଳ୍ପ ଶାସ୍ତ୍ର ଅନୁଯାୟୀ ଗଠିତ ଏହି ରଥ ଦର୍ଶନରେ ସାଜୁଯ୍ୟ ମୁକ୍ତି ମିଳିଥାଏ.

By

Leave a Reply

Your email address will not be published. Required fields are marked *