ବାଉଁଶ କାରିଗର ଓ ହସ୍ତଶିଳ୍ପକୁ ପ୍ରୋତ୍ସାହନ


କୋରାପୁଟ : କୋରାପୁଟ ଜିଲ୍ଲାରେ କୁଟୀର ଶିଳ୍ପ ରେ ବହୁ ପରିବାର ଜୀବିକା ନିର୍ବାହ କରୁଛନ୍ତି । ତେବେ ଅନେକ ସମୟରେଏମାନଙ୍କୁ ପ୍ରୋତ୍ସାହନ ମିଳିବାରେ ଅସୁବିଧା ହେଉଛି । କିନ୍ତୁ କାପକୋ କୋରାପୁଟ ଆଗ୍ରୋ ପ୍ରଡୁସର୍ କମ୍ପାନୀ ଯାହାକି ଏକ ସରକାରୀ ଅନୁଷ୍ଠାନ, ଏହି ବାଉଁଶ ହସ୍ତଶିଳ୍ପ ର ବଜାର ପାଇଁ ହାତ ବଢାଇଛି। କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକର ଘୁସୁରାଗୁଡା ଗାଁ ର ବାଉଁଶ କାରିଗର ମାନେ ପାରମ୍ପାରିକ ଭାବେ ବାଉଁଶ ହସ୍ତଶିଳ୍ପ ତିଆରି କରି ହାଟ ବଜାର ରେ ବିକ୍ରି କରୁଥିଲେ। କିନ୍ତୁ ଏଥିରେ ତାଙ୍କର ବିଶେଷ ଲାଭ ହେଉ ନ ଥିଲା। ଏବେ ଓରମାସ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଗାଁ ରେ ବାଉଁଶ ହସ୍ତଶିଳ୍ପର ମାସିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ତାଲିମ ପରେ କୋରାପୁଟର କାପକୋ ସଂସ୍ଥା ଏହାର କ୍ରୟ ବିକ୍ରୟ ଝାଡ଼ଖଣ୍ଡର କମ୍ପାନୀ ଦ୍ଵାରା କରିବ ବୋଲି ଜଣାପଡ଼ିଛି ।

You May Also Like

More From Author

+ There are no comments

Add yours