
ପୁରୀ ର ଅନ୍ୟତମ ତନ୍ତ୍ର ପୀଠ ଭାବେ ମଶାଣି ଚଣ୍ଡୀ ପରିଚିତ। ମଣିଷଙ୍କର ଅସ୍ଵାଭାବିକ ମୃତ୍ୟୁ ପରେ ଶରୀରକୁ କଟୀକି ପେଣ୍ଠ ଠାରେ ପୋତା ଯାଏ। ପଶୁମାନଙ୍କ ମର ଶରୀରକୁ ମଧ୍ୟ ଏହି ସ୍ଥାନରେ ପୋତା ଯାଏ। ଏହି କଟୀକି ପେଣ୍ଠ ଠାରେ ଯେଉଁ ଚଣ୍ଡୀକା ପୂଜା ପାଆନ୍ତି, ସେ ଲୋକମୁଖରେ ମା ମଶାଣି ଚଣ୍ଡୀ ଭାବେ ପରିଚିତ। କିଛି ବର୍ଷ ପୂର୍ବେ ଏ ସ୍ଥାନ ଜଙ୍ଗଲ ରେ ପରିପୂର୍ଣ୍ଣ ରହୁଥିବାରୁ ଏଠାକୁ ଯିବା ପାଇଁ ଲୋକମାନେ ଡରୁଥିଲେ। ତେଣୁ ସାଧାରଣ ଭାବରେ କେହି ମଶାଣି ଚଣ୍ଡୀଙ୍କ ଦର୍ଶନ ପାଇଁ ଯାଆନ୍ତି ନାହିଁ। ଏବେ କିନ୍ତୁ ସେଇ ପାଖରେ ଘର ହେଲାଣି, ଗଛ ପତ୍ର ବି କମିଲାଣି। ଆଉ ସେ ସ୍ଥାନରେ ଡର ଲାଗୁନି। ଆପଣମାନେ ମଧ୍ୟ ଯାଇ ଦର୍ଶନ କରି ପାରିବେ।