ସୁବର୍ଣ୍ଣପୁରରେ ଅବକାରୀ ଚଢ଼ଉ,୪୭ କେଜି ଗଞ୍ଜେଇ ଜବତ,୫ ଜଣ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଦ୍ବାରା ଚଢାଉ କରି ୪୭ କେଜି ଗଞ୍ଜେଇ ଜବତ କରିଥିବାବେଳେ ୫ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅବକାରୀ ବିଭାଗର ପାଟ୍ରୋଲିଂ ଟିମ ବିନିକା ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ସଂସାମୁରା ଛକ ନିଟରେ ବାଇକ ଯୋଗେ ଗଞ୍ଜେଇ ନେଉ ଥିବା ଜଣକୁ ଗିରଫ କରି ୯ କେଜି ଗଞ୍ଜେଇ ଜବତ କରିଥିଲା । ସେହିପରି ଉର୍ଲେ ଛକ ନିକଟରୁ ଜଣେ ବାଇକ ଆରୋହିଙ୍କ ଠାରୁ ୮ କେଜି ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ଏପଟେ ସକାଳୁ ଅବକାରୀ ବିଭାଗର ଚେକିଂ ସମୟରେ କାରରେ ଗଞ୍ଜେଇ ନେଇ ଯାଉଥିବା ଅଭିଯୋଗରେ ୩ ଜଣ ଅଭିଯୁକ୍ତ ସହ ୩୦ କେଜି ଗଞ୍ଜେଇ ଜବତ କରି ଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣପୁର ଅବକାରୀ ଅଧିକ୍ଷକ । ତିନୋଟି ଘଟଣାରେ ୨ ବାଇକ ,ଗୋଟିଏ କାର ସହ ମୋଟ ୫ ଜଣକୁ ଗିରଫ କରିଛି ଅବକାରୀ ବିଭାଗ ।

ସୁବର୍ଣ୍ଣପୁରରୁ ନିରଞ୍ଜନ ମିଶ୍ରଙ୍କ ରିପୋର୍ଟ,ଶବ୍ଦ ମିଡିଆ

You May Also Like

More From Author

+ There are no comments

Add yours