Wed. Oct 14th, 2026

ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ। ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚ ଶିକ୍ଷା ବିଭାଗର ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ମିଳିଛି। ବାର୍ଷିକ ସମୀକ୍ଷାରେ ଖରାପ ପ୍ରଦର୍ଶନ ପାଇଁ ବାଦ୍ ପଡ଼ିଥିବା ସୂଚନା ମିଳିଛି। ରୋହିତ ପୂଜାରୀଙ୍କୁ ବାଦ୍ ପରେ ଅତନୁ ସବ୍ୟସାଚୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଅତନୁ ଏବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅଛନ୍ତି।’୬୦ ବର୍ଷ’ ମନ୍ତବ୍ୟ ପାଇଁ ବିବାଦୀୟ ଥିଲେ ରୋହିତ। ୬୦ ବର୍ଷରୁ ଅଧିକ ରାଜନୀତିରୁ ଅବସର ନେବା ଉଚିତ ବୋଲି ସେ କହିଥିଲେ। ୨୦୨୨ରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ୫ ଜୁନ୍‌ ୨୦୨୨ରେ ସେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିଛି ଦିନ ତଳେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ବି ସେ ମନ୍ତ୍ରୀ ଦାୟିତ୍ୱରେ ଥିଲେ।

Leave a Reply

Your email address will not be published. Required fields are marked *