ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ। ଅନୁକମ୍ପା ଆଧାରରେ ଚାକିରୀକୁ ନେଇ ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଅନୁକମ୍ପା ଆଧାରରେ ମିଳୁଥିବା ଚାକିରୀ ପାଇଁ ଶୈକ୍ଷଣିକ ଓ ପେଷାଦାରୀ ଯୋଗ୍ୟତା ପୂରଣ କରିବା ଜରୁରୀ। ଏପରି ନୁହେଁ କି ଯୋଗ୍ୟତା ପୂରଣ କରିପାରୁନଥିବାରୁ ନିମ୍ନ ଗ୍ରେଡରେ ନିଯୁକ୍ତି ଦେଇ ଦିଆଯିବ । ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କ ପୀଠ ଏହି ରାୟ ଦେଇ ଅନୁକମ୍ପା ଅଧାରରେ ମିଳିଥିବା ଚାକିରୀ ହରାଇଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାର ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। ପରିସଂଖ୍ୟାନ ବିଭାଗରେ ବାହନ ଚାଳକ ପଦରେ କାର୍ଯ୍ୟ କରୁଥିବା ପିତାଙ୍କ ପରଲୋକରେ ରେହନ ନାମକ ବ୍ୟକ୍ତିଙ୍କୁ କନିଷ୍ଠ ସହାୟକ ପଦବୀରେ ନିଯୁକ୍ତି ମିଳିଥିଲା। ତେବେ ଏଥି ପାଇଁ ତାଙ୍କୁ ବେସିକ୍ କମ୍ପ୍ୟୁଟର ଓ ଟାଇପିଙ୍ଗରେ ବିଭାଗୀୟ ପରୀକ୍ଷା ଦେବାକୁ କୁହାଯାଇଥିଲା। ଯେଉଁଥିରେ ତାଙ୍କୁ ସର୍ବନିମ୍ନ ଅଙ୍କ ଅର୍ଜିତ କରିବାକୁ କୁହାଯାଇଥିଲା। ତେବେ ସେ ଏହି ପରୀକ୍ଷାରେ ଫେଲ ହୋଇଯାଇଥିଲେ।