ସିମେଣ୍ଟ ଶିଳ୍ପକୁ ଅଧିକ କ୍ରିୟାଶୀଳ କରାଯିବ

ଭୁବନେଶ୍ୱର: ରାଷ୍ଟ୍ରୀୟ ସିମେଣ୍ଟ ଓ ଭବନ ସାମଗ୍ରୀ ପରିଷଦ ପକ୍ଷରୁ ଭୁବେନେଶ୍ବର ର ଘୋରାଇ ହୋଟେଲରେ ଏକ କର୍ମଶାଳା ଗୁ ଅନୁଷ୍ଠିତ ହୋଇଯାଇଛି l ସିମେଣ୍ଟ ଶିଳ୍ପକୁ ଅଧିକ କ୍ରିୟଶୀଳ କରିବା ସହ ଅଧିକ ଜ୍ଞାନ କୌଶଳର ଉପଯୋଗ କରାଯିବା ସହ ବର୍ଯ୍ୟବସ୍ତୁ ର ବିନିଯୋଗ ଦିଗରେ କାର୍ଯ୍ୟ କରିବା ଦିଗରେ ସିମେଣ୍ଟ ଶିଳ୍ପ ଆଗେଇ ଆସିବା ଦରକାର ବୋଲି ରାଷ୍ଟ୍ରୀୟ ସିମେଣ୍ଟ ଓ ଭବନ ସାମଗ୍ରୀ ପରିଷଦ ର ମହାନିଦେଶକ ଡ ବିବେକାନନ୍ଦ ମହାପାତ୍ର ମତପ୍ରକାଶ କରିଛନ୍ତି l ସିମେଣ୍ଟ ଶିଳ୍ପ ର ବିକାଶରେ ଏ ନ.ସି.ବି. ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ତେଣୁ ଓଡ଼ିଶାରେ ଗଢି ଉଠୁଥିବା ସିମେଣ୍ଟ ଶିଳ୍ପ ଏ ହାର୍ ସୁଯୋଗ ନେବା ଦରକାର ବୋଲି କହିଥିଲେ l ଏହି ଅବସରରେ ବି ଆଇ ଏସ ର ହୁବନେଶ୍ୱରର ମୁଖ୍ୟ ଡ. ଦିପେନ୍ଦୁ ଚକ୍ରବର୍ତ୍ତୀ ଯୋଗଦେଇ ରାଷ୍ଟ୍ରୀୟ ସିମେଣ୍ଟ ଓ ଭବନ ସାମଗ୍ରୀ ପରିଷଦ ଦ୍ଵାରା ଓଡ଼ିଶାର ଅନେକ ରାସ୍ତା , ଭବନ ନିର୍ମାଣ ର ଗୁଣାତ୍ମମାନ ବୃଦ୍ଧି ପାଇପାରିବ ବୋଲି ସେ କହିଛନ୍ତି l ଏହି ଅବସରରେ ଓଡ଼ିଶାର ବିଭିନ୍ନ ସିମେଣ୍ଟ ଶିଳ୍ପ ର ଅଧିକାରୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଡ ପାଣ୍ଡୁ ରଙ୍ଗ ରାଓ ପରିଚାଳନା କରିଥିବାବେଳେ ଡ ପୱନ୍ କୁମାର ସହାୟୋଗ କରିଥିଲେ l

You May Also Like

More From Author

2Comments

Add yours
  1. 2
    Research It Here

    Nice post. I was checking constantly this blog and I’m impressed! Very helpful info specifically the last part 🙂 I care for such info a lot. I was seeking this particular information for a very long time. Thank you and good luck.

+ Leave a Comment