Wed. Oct 14th, 2026

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହୋଇଛି ସିଦ୍ଦରମେୟାଙ୍କ ନାଁ । ଏହାରି ସହ କଂଗ୍ରେସ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କୁ ଚୟନ କରିଛି। କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଶନିବାର ଶପଥ ନେବେ। ୨୦୧୩ ରେ ସିଦ୍ଦାରାମାୟା ପ୍ରଥମ ଥର ପାଇଁ କର୍ନାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।ସିଦ୍ଦାରାମାୟାଙ୍କ କର୍ନାଟକ ରାଜନୀତିରେ ବଡ ନାଁ ରହିଛି । ସିଦ୍ଦାରାମାୟା ୧୯୭୮ରେ ସକ୍ରିୟ ରାଜନୀତିରେ ପାଦ ରଖିଥିଲେ। ଯଦିଓ ସିଦ୍ଦାରାମାୟାଙ୍କ ମା’ବାପା ଚାହୁଁଥିଲେ , ସେ ଡାକ୍ତର ହୁଅନ୍ତୁ, ହେଲେ ସେ ଜଣେ ଓକିଲ ବୃତ୍ତି ବାଛିଥିଲେ। ଏହା ପରେ ସେ ଓକିଲାତି ଛାଡି ରାଜନୀତିର ରାସ୍ତା ଆପଣେଇ ‘କ୍ଷୁଧା ମୁକ୍ତ କର୍ନାଟକ’ର ସ୍ବପ୍ନକୁ ସାକାର କରିବାକୁ ସ୍ଥିର କଲେ।ସିଦ୍ଦାରାମାୟା କର୍ନାଟକ ବିଧାନସଭାରେ ବିଭିନ୍ନ ପଦବୀରେ ରହିଛନ୍ତି। ବିଧାୟକ, ଅର୍ଥମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପରେ ସେ ୨୦୧୩ରେ କର୍ନାଟକର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସିଦ୍ଦାରାମାୟା କୁରୁବା ସମ୍ପ୍ରଦାୟର ଜଣେ ନେତା, ଅନ୍ୟ ସମ୍ପ୍ରଦାୟ ଉପରେ ମଧ୍ୟ ତାଙ୍କର ଭଲ ପ୍ରଭାବ ରହିଛି। ସେ ଜଣେ ସ୍ପଷ୍ଟ ବକ୍ତବ୍ୟ, ସେଥିପାଇଁ ସେ ଜନସାଧାରଣଙ୍କ ସମର୍ଥନ ପାଇଛନ୍ତି ଏବଂ ବର୍ତ୍ତମାନ ସେ ଦ୍ୱିତୀୟ ଥର ପାଇଁ କର୍ନାଟକର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।ସିଦ୍ଦାରାମାୟା କଂଗ୍ରେସରେ ଯୋଗଦେବା ପୂର୍ବରୁ ବର୍ଷ ବର୍ଷ ଧରି ଏଚ୍ଡି ଦେବେଗୌଡାଙ୍କ ସହ ବିଶ୍ୱସ୍ତ ଭାବରେ କାର‌୍ୟ୍ୟ କରିଥିଲେ। ଏଭଳି ପରିସ୍ଥିତିରେ ସିଦ୍ଦାରାମାୟାଙ୍କୁ ଦଳର ପରବର୍ତ୍ତୀ ମୁଖ୍ୟ କରାଯିବ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ ଯେତେବେଳେ ଦଳର ଆଭିମୁଖ୍ୟ ହସ୍ତାନ୍ତର କରିବାକୁ ସମୟ ଆସିଲା, ସେତେବେଳେ ଦେବେଗୌଡା ପାର୍ଟି ବିଶ୍ୱସ୍ତ ସିଦ୍ଦାରାମାୟାଙ୍କ ବଦଳରେ ତାଙ୍କ ପୁଅ କୁମାରସ୍ବାମୀଙ୍କୁ ବାଛିଥିଲେ।କୁମାରସ୍ବାମୀ ପ୍ରଥମେ ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ ଏବଂ ବର୍ଷ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ରହିଥିଲେ। କିନ୍ତୁ ଦଳର କମାଣ୍ଡ ପାଇବା ପରେ ସେ ରାଜନୀତିକୁ ଫେରିଥିଲେ। ଏଭଳି ପରିସ୍ଥିତିରେ ସିଦ୍ଦାରାମାୟା ବୁଝିପାରିଥିଲେ ଯେ ଜେଡିଏସରେ ଥିବାବେଳେ ସେ ଚାହୁଁଥିବା ପଦବୀ ହାସଲ କରିପାରିବେ ନାହିଁ। ଦେବେଗୌଡାଙ୍କ ସହ ମତଭେଦ ପରେ ସିଦ୍ଦାରାମାୟା ୨୦୦୫-୦୬ରେ ଜେଡଏସ୍ ଛାଡି ପରେ କଂଗ୍ରେସରେ ଯୋଗ ଦେଇ କର୍ନାଟକ ରାଜନୀତିର ଶିଖରରେ ପହଞ୍ଚିଥିଲେ।

Leave a Reply

Your email address will not be published. Required fields are marked *