ରାଜସ୍ଥାନର ଜୈସଲମେର ଜିଲ୍ଲାର ଅମର ସାଗର ନାମକ ଏକ ଗ୍ରାମରେ ପାକିସ୍ତାନରୁ ବିସ୍ଥାପତି ହୋଇ ଆସିଥିବା ହିନ୍ଦୁମାନେ ବସବାସ କରୁଛନ୍ତି। ଏହି ଘଟଣାକୁ ନେଇ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ରାଜସ୍ଥାନର ଜୈସଲମେର ଜିଲ୍ଲାର ଜିଲ୍ଳାପାଳ ଟିନା ଦାବି ବିସ୍ଥାପିତ ହିନ୍ଦୁ ପରିବାରଙ୍କ ଘର ଉପରେ ବୁଲଡୋଜର ଚଢାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।ଜିଲ୍ଳାପାଳଙ୍କ ନିର୍ଦେଶ କ୍ରମେ ୫୦ରୁ ଅଧିକ ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗି ଦିଆଯାଇଥିଲା। ଫଳରେ ୧୫୦ରୁ ଅଧିକ ଲୋକ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହେଉଛନ୍ତି।ଏହି ଘଟଣାକୁ ନେଇ ଟିନା ଦାବି କହିଥିଲେ, ‘ବିସ୍ଥାପିତ ପରିବାରର ଲୋକମାନେ ମୂଲ୍ୟବାନ ଜମି ଉପରେ ବେଆଇନ ଭାବେ ଘର କରି ରହୁଥିଲେ। ସେମାନଙ୍କୁ ଏପରି ନକରିବାକୁ ପୂର୍ବରୁ ବାରଣ କରାଯାଇଥିଲେ ହେଁ କିଛି ଶୁଣି ନଥିଲେ। ଜଣକ ପରେ ଜଣେ ଏହି ସ୍ଥାନରେ ଘର କରି କରିବା ଆରମ୍ଭ କରିଥିଲେ । ତେଣୁ ଏଭଳି ଉଚ୍ଛେଦର ନିଷ୍ପତ୍ତି ନିଆଯାଇଥିଲା। ତେବେ ବିସ୍ଥାପିତଙ୍କ ଘର ଭାଙ୍ଗିବା ସୂଚନା ସେମାନଙ୍କୁ ପୂର୍ବରୁ ଦିଆଯାଇଥିଲା।ଏହି ଘଟଣା ପରେ ଗତବୁଧବାର ସନ୍ଧ୍ୟାରେ ଟିନା ବିସ୍ଥାପିତ ପରିବାର ସଦସ୍ୟଙ୍କ ପାଇଁ ଆକସନ ପ୍ଲାନ ନେଇଥିଲେ। ଏହି ପ୍ଲାନ ଅନୁଯାୟୀ ସେମାନଙ୍କ ରହିବା ବ୍ୟବସ୍ଥା କରିଥିଲେ। ପାଖାପାଖି ୫୦ପରିବାର ସଦସ୍ୟଙ୍କର ଖାଇବା ପିଇବା ବ୍ୟବସ୍ଥା କରିଥିବା ସହିତ ପାନୀୟ ଜଳ ମଧ୍ୟ ଯୋଗାଇ ଦେଇଥିଲେ। ଏଥିସହିତ ସେମାନଙ୍କ ସମସ୍ୟା ବିଷୟରେ ସିଧାସଳଖ ଆଲୋଚନା ମଧ୍ୟ କରିଥିଲେ।ଟିନାଙ୍କ କହିବା ଅନୁସାରେ, ଏହି ପ୍ରକ୍ରିୟାରେ ଭୂମିହୀନ ହୋଇପଡିଥିା ପରିବାରର ପୁନରୁଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ପାକିସ୍ତାନୀ ପଳାତକମାନଙ୍କ ସହ ଆଲୋଚନା ମଧ୍ୟ କରାଯାଇଛି । ଜିଲ୍ଲା ପ୍ରଶାସନ, ୟୁଆଇଟି ଏବଂ ପାକିସ୍ତାନୀ ବିସ୍ତାପିତଙ୍କ ପ୍ରତିନିଧୀଙ୍କ ମିଳିତ ସର୍ଭେ ଦଳ ଗଠନ କରଯିବ ବୋଲି ନିଷ୍ପତି ନିଆଯାଇଛି । ସେପଟେ ଧାର୍ମିକ ପ୍ରଶଂସାରେ ଅସୁବିଧାରେ ପଡି ଅନେକ ହିନ୍ଦୁ ପରିବାର ପାକିସ୍ତାନରୁ ରାଜସ୍ତାନ ଆସିଛନ୍ତି । ଜିଲ୍ଲା ମୁଖ୍ୟାଳୟଠାରୁ ୪ କିମି ଦୂରରେ ଥିବା ଅମର ସାଗରରେ ଚାଳ ଛପର ଘର ନିର୍ମାଣ କରି ମୁଣ୍ଡ ଗୁଂଜୁଥିଲେ । କିନ୍ତୁ ଜିଲ୍ଲାପାଳଙ୍କୁ ଲଗାତାର ଭାବେ ଅଭିଯୋଗ ଆସୁଥିଲା ଯେ, ମାଫିଆମାନଙ୍କ ଦ୍ୱାରା ଏହି ଅଂଚଳକୁ କବ୍ଚା କରାଯାଉଛି । ଏହା ସହ ଏହି ଯାଗା ରାଜ୍ୟର ଏକ ପ୍ରାଇମ ଅଂଚଳ ହୋଇଥିବାରୁ ଏହାର ମୂଲ୍ୟ ମଧ୍ୟ ଅଧିକ । ଏବଂ ଏହାର ପାଖ ପୋଖରୀର ଜଳ ମଧ୍ୟ ଅପରିଷ୍କାର । ଏପରି ବିଭିନ୍ନ କାରଣକୁ କେନ୍ଦ୍ର କରି ଜିଲ୍ଲାପାଳ ଟିନା ଦାବି ଏହି ନିର୍ଦ୍ଧେଶ ଜାରି କରିଥିଲେ । କିନ୍ତୁ ବର୍ତମାନ ବିସ୍ଥାପିତ ଲୋକମାନଙ୍କ ପାଇଁ ରହଣୀ ଓ ଖାଦ୍ୟପେୟର ବ୍ୟବସ୍ଥା କରିଥିବାରୁ ସେମାନେ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଦେଇଛନ୍ତି ।