Thu. Oct 15th, 2026

ଜାଲ୍ଲିକାଟୁକୁ ମିଳିଲା ଗ୍ରୀନ ସିଗନାଲ । ତାମିଲନାଡୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାରଙ୍କୁ ମିଳିଲା ଆଶ୍ୱସ୍ତି। ଜାଲ୍ଲିକାଟୁ ପରମ୍ପରା ଓ ବଳଦଗାଡ଼ ଦୌଡ଼କୁ ବୈଧ ବୋଲି କହିଲେ ସୁପ୍ରିମକୋର୍ଟ। ରାଜ୍ୟରେ ଥିବା ଆଇନ ବୈଧ। ତେଣୁ ଏହା ଉପରେ ରୋକ୍ ଲଗାଯାଇପାରିବ ନାହିଁ ବୋଲି କହିଲେ କୋର୍ଟ। ଜଷ୍ଟିସ୍ କେଏମ୍ ଜୋସେଫ୍ଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।ଏହି ନିଷ୍ପତି ଶୁଣିବା ପରେ ଏହି ପରମ୍ପରାକୁ ଭଲ ପାଉଥିବା ଲୋକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଲୋକେ ବାଣ ଫୁଟାଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ସର୍ବୋଚ୍ଚ ରାୟକୁ ସ୍ୱାଗତ କରଛନ୍ତି ।ସୂଚନା ଥାଉକି ଜାଲ୍ଲିକାଟୁକୁ ସ୍ଥାନୀୟ ଭାଷାରେ ଇରୁଥାଜୁବୁଥଲ ବୋଲି କୁହାଯାଇଥାଏ। ଏହା ଏକ ଉଗ୍ର ଷଣ୍ଢକୁ ନିୟନ୍ତ୍ରଣ କରିବାର ଖେଳ। ଯାହା କୃଷିଭିତ୍ତିକ ପର୍ବ ମକର ସଂକ୍ରାନ୍ତି(ପୋଙ୍ଗଲ)ରେ ଖେଳାଯାଇଥିଲା। ଏହି କ୍ରୀଡ଼ାରେ ଷଣ୍ଢ ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବାରୁ ଏହାକୁ ବ୍ୟାନ୍ କରିବା ନେଇ ଦାବି ହୋଇଥିଲା। ତେବେ ବ୍ୟାନ୍ ବିରୋଧେ ହଜାର ହଜାର ଲୋକ ଆନ୍ଦୋଳନ କରିଥିଲେ।ତାମିଲନାଡୁ ସରକାର ଜାଲ୍ଲିକାଟୁକୁ ଅନୁମତି ପଶୁଙ୍କ ସହ ଅନ୍ୟାୟ କରୁଛନ୍ତି। ଏଥିରେ ଅଂଶଗ୍ରହଣ କରୁଥିବା ଲୋକମାନେ ପଶୁମାନଙ୍କ ଉପରେ ନିର୍ଦ୍ଦୟୀ ଆଚରଣ କରୁଛନ୍ତି। ତେଣୁ ତାମିଲନାଡୁର ଏହି ଆଇନ୍କୁ ରଦ୍ଦ କରାଯାଉ ବୋଲି ଦର୍ଶାଇ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ପଶୁ ଅଧିକାର ପାଇଁ ଲଢେଇ କରୁଥିବା ସଂସ୍ଥା ପେଟା କୋର୍ରଟେ ଆବେଦନ କରିଥିଲାମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ନୂଆ ଆଇନ୍ରେ ପ୍ରାଣୀଙ୍କ ପ୍ରତି ନିର୍ଦ୍ଦୟୀ ଘଟଣାରେ ଧ୍ୟାନ ରଖାଯାଇଛି। ଏହି ଖେଳ ଶହ ଶହ ବର୍ଷ ଧରି ତାମିଲନାଡୁ ସଂସ୍କୃତିର ଏକ ଅଂଶ ହୋଇ ଆସିଛି। ତେଣୁ ଏଥିରେ ବାଧା ସୃଷ୍ଟି କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Leave a Reply

Your email address will not be published. Required fields are marked *