Thu. Oct 15th, 2026

ସୂର୍ଯ୍ୟଙ୍କୁ ନେଇ ସାମ୍ନାକୁ ଆସିଲା କିଛି ରହସ୍ୟମୟ କଥା। କିଛି ଦିନ ତଳେ ସୂର୍ଯ୍ୟରେ ବିସ୍ଫୋରଣ ହେବା ପରେ ପୃଥିବୀଠାରୁ ୨୦ ଗୁଣା ଏକ ବଡ ଅଂଶ କୋଟି କୋଟି ମାଇଲ ବେଗରେ ବାହାରିଥିଲା । ବର୍ତ୍ତମାନ ସୂର୍ଯ୍ୟ ପୃଷ୍ଠରୁ ଏକ ବିଶାଳ ପ୍ଲାଜମା ବାହାରିଛି, ଯାହା ଜଳପ୍ରପାତ ପରି ଦେଖାଯାଉଛି। ମହାକାଶର ଫଟୋ ଉଠାଇଥିବା ଜ୍ୟୋତିର୍ବିଜ୍ଞାନ ଏଡୁଆର୍ଡୋ ଶାବଗର୍ର୍‌ ପୋପୁ ଏହାକୁ କ୍ୟାମେରାରେ କଏଦ କରିଥିଲେ।

ଏହି ଫଟୋରୁ ଜଣାପଡୁଛି ସୂର୍ଯ୍ୟ ଉପରେ ଏକ ପ୍ଲାଜମା ପ୍ରାଚୀର ସୃଷ୍ଟି ହୋଇଛି। ଏହାର ଲମ୍ବ ପ୍ରାୟ ୬୦ ହଜାର ମାଇଲ ( ୧ ଲକ୍ଷ କିଲୋମିଟରରୁ ଅଧିକ)। ବୈଜ୍ଞାନିକମାନେ ଆକଳନ କରିଛନ୍ତି ଏହାର ଆକାର ଏତେ ବଡ ଯେ ଏହା ଏକ ସମୟରେ ୮ ଟି ପୃଥିବୀ ଧାରଣ କରିପାରିବ ।

ଅବଶ୍ୟ, ପରେ ଏହି ପ୍ଲାଜମା ସୌରପୃଷ୍ଠକୁ ଫେରି ଆସିଥିଲା। ତେଣୁ ଏହାକୁ ଜଳପ୍ରପାତ ଭାବେ ନାମ କରଣ କରାଯାଇଛି। କମ୍ପ୍ୟୁଟର ସ୍କ୍ରିନକୁ ଦେଖିଲେ ପ୍ଲାଜମା ଶହ ଶହ ସୂତା ପରି ଦେଖାଯାଉଥିଲା ବୋଲି ପୋପୋ କହିଛନ୍ତି। ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ବୈଜ୍ଞାନିକଙ୍କ ଅନୁଯାୟୀ ଏହି ପ୍ଲାଜମା ଘଣ୍ଟା ପ୍ରତି ୩୬ ହଜାର କିଲୋମିଟର ବେଗରେ ନିର୍ଗତ ହୋଇଥିଲା। ପ୍ଲାଜମାର ଏହି ଅଂଶଗୁଡ଼ିକ ପୃଥିବୀରେ ଦେଖାଯାଇଥିବା ପ୍ରକାଶ ପରିଥିଲା। ଏହାକୁ ପୋଲାର ମୁକୁଟ ମଧ୍ୟ କୁହାଯଇଥାଏ।

ସୂର୍ଯ୍ୟଙ୍କର ଏହି ପ୍ଲାଜମା ଅତ୍ୟନ୍ତ ଉତ୍ତପ୍ତ ଯାହା ସୂର୍ଯ୍ୟଠାରୁ ମହାକାଶକୁ ଗତି କରିଥାଏ। କିନ୍ତୁ ଯେତେବେଳେ ଏହା ସୂର୍ଯ୍ୟଙ୍କ ପୋଲ ନିକଟରେ ଥାଏ, ଚୁମ୍ବକୀୟ କ୍ଷେତ୍ର ଏତେ ଶକ୍ତିଶାଳୀ ଯେ ଏହା ମହାକାଶକୁ ଯିବା ପରିବର୍ତ୍ତେ ଅତି ଶୀଘ୍ର ସୂର୍ଯ୍ୟଙ୍କ ନିକଟକୁ ଫେରିଆସେ। ନାସା ଏହାକୁ ପୃଥିବୀର ଅରୋରା ସହିତ ତୁଳନା କରିଛି। ଅବଶ୍ୟ, ରଙ୍ଗୀନ ଆଲୋକ ପରିବର୍ତ୍ତେ ସୂର୍ଯ୍ୟଙ୍କ ପୋଲଗୁଡ଼ିକ ଅଣ୍ଡାକାର ପ୍ଲାଜମା ସାଗର ଭଳି ଦେଖାଯାଇଥିଲା।

Leave a Reply

Your email address will not be published. Required fields are marked *