ଅସହ୍ୟ ତାତିରୁ ମିଳିବ ତ୍ରାହି: କାଳବୈଶାଖୀ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଚଣ୍ଡ ତାତିରୁ ମିଳିବ ତ୍ରାହି । ଆଜିଠୁ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ହ୍ରାସ ଦେଖିବାକୁ ମିଳିପାରେ । କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ଆଜି କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ । ଏଥିପାଇଁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୮, ୧୯ ଓ ୨୦ ତାରିଖରେ କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଗତକାଲି ଝାରସୁଗୁଡ଼ାରେ ସବୁଠୁ ଅଧିକ ତାତି ଅନୁଭୂତ ହୋଇଥିଲା । ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତପ୍ତ ସହର ହୋଇଥିଲା ।

You May Also Like

More From Author

+ There are no comments

Add yours