ଶବ୍ଦ ଓଡିଶା ବ୍ୟୁରୋ: ବାଲୁଗାଁ-ବାଣପୁରର ଭେଙ୍କେଟେଶ୍ବର ବିଦ୍ୟାଳୟ ପାଳନକଲା ୧୪ତମ ବାର୍ଷିକ ଉତ୍ସବ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ OSEPAର ଯୁଗ୍ମ ସଂପାଦିକା ରାଜଶ୍ରୀ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଡ. ଦେବେନ୍ଦ୍ର ନାଥ ମାନସିଂହ, ସମ୍ମାନିତ ଅତିଥିଭାବେ ବାଣପୁର ବାର କାଉନସିଲ ସଭାପତ ବୃନ୍ଦାବନ ପ୍ରଧାନ ଓ ଅନ୍ୟତମ ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ,ସମାଜସେବୀ ଆଡଭୋକେଟ ମୂରଲୀଧର ସାମନ୍ତସିଂହାର ଅତିଥିଭାବେ ଯୋଗଦେଇଥିଲେ।
ଭେଙ୍କଟେଶ୍ୱର ଇଂରାଜୀ ବିଦ୍ୟାଳୟ ଦୀର୍ଘ ୧୪ବର୍ଷର କାର୍ଯ୍ୟକ୍ରମ ଓ କିଭଳି ଶିକ୍ଷାରେ ଗୁରୁତ୍ବ ଦିଆଯାଇପାରିବ ସନେଇ ମତ ରଖିଥିଲେ ସ୍କୁଲର ସଂପାଦିକା ସସ୍ମିତା ପ୍ରଧାନ। ଏହା ସହ ସେ ବିବରଣୀ ପାଠ କରିଥିଲେ ।
ସ୍କୁଲ ପରିଚାଳନ କିମିଟିର ସଭାପତି ରଂଜିତ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉପସ୍ଥିତ ଅତିଥି ମାନଙ୍କ ଭାଷଣରେ ଭେଙ୍କଟେଶ୍ୱର ସ୍କଲର ପ୍ରତିଷ୍ଠା ଆମ ଅଂଚଳରେ ଏକ ନୂତନ ଆଲୋଡନ ସୃଷ୍ଟିକରିଛି। ଆଗାମୀ ଦିନରେ ଏହି ବିଦ୍ୟାଳୟ ଅନେକ କୃତି ଛାତ୍ରଛାତ୍ର ଗଢିତୋଳିବାର ଆଶା ଏ ଅଂଚଳର ଜନସାଧାରଣ ଓ ଅଭିଭାବକଙ୍କ ଆଶା ଓ ବିଶ୍ବାସ ରଖିଛନ୍ତି। ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ଶେଷରେ ସ୍କୁଲର ଅଧ୍ୟକ୍ଷ ରାମଚନ୍ଦ୍ର ସାସମଲ ଭେଙ୍କଟେଶ୍ୱର ସ୍କୁଲର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଆଜିର ମୁଖ୍ୟ ଅତିଥି, ମୂଖ୍ୟବକ୍ତା ,ସମ୍ମାନୀତ ଅତିଥି ଓ ଉପସ୍ଥିତ ସମସ୍ତ ଅଭିଭାବକ ଓ ଉପସ୍ଥିତ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
