୨୦୩୦ ସୁଦ୍ଧା ଆସିବ କ୍ୟାନସର ଟିକା

୨୦୩୦ ମସିହା ସୁଦ୍ଧା ବିଶ୍ୱରେ କ୍ୟାନସର, ହୃଦ୍‌ରୋଗ ଓ ଅଟୋଇମ୍ୟୁନ ଭଳି ରୋଗ ପାଇଁ ଟିକା ପ୍ରସ୍ତୁତ ହୋଇଯିବ । ଯାହାଫଳରେ ପ୍ରତିବର୍ଷ ଏସବୁ ରୋଗରେ ପ୍ରାଣ ହରାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ । କୋଭିଡ-୧୯ ଟିକାର ସଫଳତା ପରେ କ୍ୟାନସର ଟିକାର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ।

ଏହି ଟିକା ଉପରେ ଚାଲିଥିବା ଅଧ୍ୟୟନ ମଧ୍ୟ ବେଶ୍‌ ସଫଳ ହୋଇଛି ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ ଗତ ୧୫ ବର୍ଷ ହେଲା କ୍ୟାନସର ଟିକା ବିକାଶ ଲାଗି ଗବେଷଣା ଜାରି ରହିଥିଲା । କିନ୍ତୁ କୋଭିଡ ଟିକା ସଫଳ ହେବା ପରେ ୧୨ରୁ ୧୮ମାସ ଭିତରେ କ୍ୟାନସର ଟିକାର ବିକାଶ କ୍ଷେତ୍ରରେ ବେଶ୍‌ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ମଡର୍ଣ୍ଣା ଫାର୍ମାସ୍ୟୁଟିକାଲ କମ୍ପାନିର ମୁଖ୍ୟ ମେଡିକାଲ ଅଫିସର ଡକ୍ଟର ପଲ ବର୍ଟନଙ୍କ ସୂଚନା ଅନୁସାରେ ତାଙ୍କ କମ୍ପାନି ଏବେ ବିଭିନ୍ନ ପ୍ରକାର କ୍ୟାନସର ଟିକା ବିକାଶରେ ଲାଗିପଡିଛି । ଯାହାକି ବିଭିନ୍ନ ପ୍ରକାର ଟ୍ୟୁମରକୁ ଟାର୍ଗେଟ କରିପାରିବ । ହୁଏତ ଆଗାମୀ ୫ ବର୍ଷରୁ କମ୍‌ ସମୟ ଭିତରେ ଏହି ଟିକା ଉପଲବ୍ଧ ହୋଇପାରିବ । 

କେବଳ କ୍ୟାନସର ଟିକା ନୁହେଁ କୋଭିଡ, ଫ୍ଲୁ ଏବଂ ଆରଏସ୍‌ଭି (ରେସପିରେଟୋରୀ ସିନ୍‌ସିଟିକାଲ ଭାଇରସ୍‌) ଭଳି ଏକାଧିକ ଶ୍ୱାସକ୍ରିୟା ଜନିତ ରୋଗରୁ ସମ୍ବେଦନଶୀଳ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ଲାଗି ଏକକ ଇଞ୍ଜେକସନର ମଧ୍ୟ ବିକଶିତ କରାଯାଉଛି । ଏଥିସହ ବର୍ତ୍ତମାନ ଔଷଧ ମିଳୁ ନ ଥିବା କେତେକ ବିରଳ ରୋଗର ଚିକିତ୍ସା ପାଇଁ ଏମ୍‌ଆରଏନ୍‌ଏ ଥେରାପି ମଧ୍ୟ ଆଗାମୀ କିଛି ବର୍ଷ ଭିତରେ ଉପଲବ୍ଧ ହୋଇପାରିବ ବୋଲି ଡକ୍ଟର ବର୍ଟନ ପ୍ରକାଶ କରିଛନ୍ତି ।

You May Also Like

More From Author

+ There are no comments

Add yours