ଇଣ୍ଡିଆନ ଜଷ୍ଟିସ ରିପୋର୍ଟ ୨୦୨୨: ଦେଶର ୫ ହାଇକୋର୍ଟ ମହିଳା ଜଜ୍ ଶୂନ୍ୟ…

ଶବ୍ଦ ଓଡିଶା ବ୍ୟୁରୋ: ଦେଶରେ ପାଟନା, ତ୍ରିପୁରା, ମଣିପୁର, ମେଘାଳୟ, ଏବଂ ଉତ୍ତରାଖଣ୍ଡ ହାଇକୋର୍ଟରେ କୌଣସି ମହିଳା ଜଜ୍ ନାହାନ୍ତି । ହାଇକୋର୍ଟ ତୁଳନାରେ ଜିଲ୍ଲା ଅଦାଲତରେ ଅଧିକ ମହିଳା ଜଜ୍ ରହିଥିବା ଜଣାପଡିଛି । ଏଭଳି ତଥ୍ୟ ସାମ୍ନାକୁ ଆସିଛି ଇଣ୍ଡିଆନ ଜଷ୍ଟିସ ରିପୋର୍ଟ ୨୦୨୨ରୁ । ଏହି ରିପୋର୍ଟ ଏକ ଘରୋଇ ସଂସ୍ଥାର ସର୍ଭେରୁ ସାମ୍ନାକୁ ଆସିଛି । କମନୱେଲଥ ହ୍ୟୁମାନ ରାଇଟ୍ସ ଇନିସିଏଟିଭ, କମନ କଜ, ସେଣ୍ଟର ଫର ସୋସିଆଲ ଜଷ୍ଟିସ ସହଯୋଗରେ ଏହି ରିପୋର୍ଟକୁ ପ୍ରସ୍ତୁତ କରାଯାଇଛି । ଏହା ସାରା ଦେଶର ବିଭିନ୍ନ ରାଜ୍ୟରେ ଥିବା ନ୍ୟାୟ କ୍ଷମତାକୁ ମାପିଥାଏ ।
ରିପୋର୍ଟ ଅନୁସାରେ, ଯେଉଁଠି କିଛି ହାଇକୋର୍ଟରେ ମହିଳା ଜଜଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅନ୍ୟ କିଛି ହାଇକୋର୍ଟରେ ମହିଳା ଜଜଙ୍କ କ୍ଷମତା ସଙ୍କୁଚିତ ହୋଇଛି । ବର୍ଷ ୨୦୨୦ରୁ ନେଇ ୨୦୨୨ ମଧ୍ୟରେ ହାଇକୋର୍ଟରେ ମହିଳାଙ୍କ ପ୍ରତିନିଧିତ୍ୱରେ ୨ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଛି । କେବଳ ତେଲେଙ୍ଗାନାରେ ଏହା ୭.୧ରୁ ନେଇ ୨୭.୩ ପ୍ରତିଶତ ଯାଏ ବୃଦ୍ଧି ହୋଇଛି । ତେବେ କିଛି ରାଜ୍ୟରେ ହାଇକୋର୍ଟରେ ମହିଳା ଜଜଙ୍କ ସଂଖ୍ୟା ଲଗାତର ଭାବେ କମିବାରେ ଲାଗିଛି ।
ସେହିଭଳି ଆନ୍ଧ୍ରପ୍ରଦେଶର କଥା ଯଦି ଦେଖିବା ଏଠାରେ ମହିଳା ଜଜଙ୍କ ସଂଖ୍ୟା ୧୯ରୁ ଖସି ୬.୭ ପ୍ରତିଶତରେ ପହଞ୍ଚିଛି । ଛତିଶଗଡରେ ମହିଳା ଜଜଙ୍କ ସଂଖ୍ୟା ୧୪.୩ ପ୍ରତିଶତରୁ କମି ୭.୧ ପ୍ରତିଶତରେ ପହଞ୍ଚିଛି । ଏହି ରିପୋର୍ଟ ବିଶେଷ କରି ଅଧିନସ୍ଥ ନ୍ୟାୟପାଳିକାରେ ମହିଳାଙ୍କ ସ୍ଥିତି ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି । ରାଷ୍ଟ୍ରୀୟସ୍ତରରେ ଜିଲ୍ଲାୱାରୀ ଜଜଙ୍କ ମୋଟ ସଂଖ୍ୟାରେ ମହିଳାଙ୍କ ହାର ୩୫ ପ୍ରତିଶତ ରହିଛି । ତେବେ ରାଜ୍ୟୱାରୀ ଯଦି ଏହି ସ୍ଥିତିକୁ ଦେଖାଯାଏ ତେବେ ଏହି ସଂଖ୍ୟା ସମାନ ନାହିଁ । ଛୋଟ ଛୋଟ ରାଜ୍ୟ ମଧ୍ୟରେ ଗୋଆର ସ୍ଥିତି ଭଲ ରହିଛି । ଏଠାରେ ମହିଳା ଜଜଙ୍କ ଉପସ୍ଥିତି ୭୦ ପ୍ରତିଶତ ରହିଛି । ଏହା ପରେ ମେଘାଳୟରେ ମହିଳା ଜଜଙ୍କ ହାର ୬୩ ପ୍ରତିଶତ, ନାଗାଲାଣ୍ଡରେ ମହିଳା ଜଜଙ୍କ ହାର ୬୩ ପ୍ରତିଶତ ରହିଛି । ୧୮ ବଡ ଏବଂ ମଧ୍ୟମ ରାଜ୍ୟରେ ସ୍ଥିତି ଯଦି ଦେଖିବା କେବେ ଗୁଜରାଟରେ ଜଜଙ୍କ ସଂଖ୍ୟା କମ ରହିଛି । ମାତ୍ର ୧୯.୫ ପ୍ରତିଶତ ମହିଳା ଜଜ ରହିଛନ୍ତି । ସେହିଭଳି ତେଲେଙ୍ଗାନାରେ ମହିଳା ଜଜଙ୍କ ସଂଖ୍ୟା ୫୨.୮ ପ୍ରତିଶତ ରହିଛି । ଅନ୍ୟ ରାଜ୍ୟ କଥା ଯଦି ଦେଖିବା ଝାଡଖଣ୍ଡ, ବିହାରରେ ମହିଳା ଜଜଙ୍କ ସଂଖ୍ୟା କମିବାରେ ଲାଗିଛି । ଏଠାରେ ମହିଳା ଜଜଙ୍କ ସଂଖ୍ୟା ଯଥାକ୍ରମେ ୨୩ ଏବଂ ୨୪ ପ୍ରତିଶତ ରହିଛି ।

Concept of Indian justice system showing by using Judge Gavel, Balance scale on Indian flag as background.

You May Also Like

More From Author

+ There are no comments

Add yours