ରଥଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ, କ୍ଷେତ୍ର ଅନୁଧ୍ୟାନ କଲେ ପୁରୀ ଏସପି

ପୁରୀ: ପୋଲିସ ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ,ନୀଳାଦ୍ରି ବିଜେରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନେଇ ପୁରୀ ଏସପି କ୍ଷେତ୍ର ଅନୁଧ୍ୟାନ କଲେ । ରଥଯାତ୍ରାରେ ଯେଉଁ 11 ଦିନ ଧରି ସାଧାରଣ ଦର୍ଶନ ରହିଛି, ତା ଉପରେ ଟିକିନିଖି ଅନୁଧ୍ୟାନ କରିଛନ୍ତି । ଯେହେତୁ ଏହି ଦିନ ମାନଙ୍କରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ଏହାକୁ କିଭଳି ଭାବରେ ଶୃଙ୍ଖଳିତ କରାଯାଇପାରିବ ସେନେଇ ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ସ୍ପଟ ଅନୁଧ୍ୟାନ କରିଛନ୍ତି ।

ପୁରୀ ଏସପି ଵିଶାଲ ସିଂହ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ କେଉଁ କେଉଁ ଜାଗାରେ ସାଧାରଣ ଦର୍ଶନ ପାଇଁ ବ୍ୟାରିକେଡ ନିର୍ମାଣ କରାଯିବ ଏବଂ କେଉଁଠି ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯିବ ତା ଉପରେ ମଧ୍ୟ ଅନୁଧ୍ୟାନ କରିଛନ୍ତି । ସେହିଭଳି ଶ୍ରୀମନ୍ଦିର ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ଶ୍ରୀମନ୍ଦିର ସମ୍ମୁଖ ଭାଗ ଏବଂ ବଡଦାଣ୍ଡକୁ ପୁଙ୍ଖାନୁପୁଙ୍ଖ ଭାବରେ ଅନୁଧ୍ୟାନ କରିଛନ୍ତି । ରଥଯାତ୍ରାକୁ ଆଉ ମାତ୍ର 77 ଦିନ ବାକି ରହିଥିବା ବେଳେ ନିକଟରେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବିଭାଗକୁ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲା । ଏହି ବୈଠକରେ ମଧ୍ୟ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ।

ପୁରୀ ଏସପି ଵିଶାଲ ସିଂହ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ କେଉଁ କେଉଁ ଜାଗାରେ ସାଧାରଣ ଦର୍ଶନ ପାଇଁ ବ୍ୟାରିକେଡ ନିର୍ମାଣ କରାଯିବ ଏବଂ କେଉଁଠି ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯିବ ତା ଉପରେ ମଧ୍ୟ ଅନୁଧ୍ୟାନ କରିଛନ୍ତି । ସେହିଭଳି ଶ୍ରୀମନ୍ଦିର ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ଶ୍ରୀମନ୍ଦିର ସମ୍ମୁଖ ଭାଗ ଏବଂ ବଡଦାଣ୍ଡକୁ ପୁଙ୍ଖାନୁପୁଙ୍ଖ ଭାବରେ ଅନୁଧ୍ୟାନ କରିଛନ୍ତି । ରଥଯାତ୍ରାକୁ ଆଉ ମାତ୍ର 77 ଦିନ ବାକି ରହିଥିବା ବେଳେ ନିକଟରେ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ବିଭାଗକୁ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲା । ଏହି ବୈଠକରେ ମଧ୍ୟ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ଉପରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ରଥଯାତ୍ରା ସମୟରେ ପର୍ଯ୍ୟାପ୍ତ ପରିମାଣରେ ସିସିଟିଭି ସଂଯୋଗ, ପୂର୍ବ ବର୍ଷ ମାନଙ୍କରେ ଯେଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଏ ତାଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ପୂର୍ବରୁ ଏସପି ସୂଚନା ଦେଇସାରିଇଛନ୍ତି ।

You May Also Like

More From Author

+ There are no comments

Add yours