ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କଲେ, କଂଗ୍ରେସ ଉପରେ ବର୍ଷିଲେ ଗୁଲାମ ନବୀ ଆଜାଦ।

ଶବ୍ଦ ଓଡିଶା ବ୍ୟୁରୋ: ପୂର୍ବତନ କଂଗ୍ରେସ ନେତା ଗୁଲାମନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି । କେବଳ ଏତିକି ନୁହେଁ ସେ କଂଗ୍ରେସ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉଦାରବାଦୀ କହିଛନ୍ତି । ସେ କହିଛନ୍ତି, ବିରୋଧୀ ନେତା ଭାବେ ମୁଁ ତାଙ୍କ ସହ ଅନେକ ଆଲୋଚନା କରିଛି । ଅନୁଚ୍ଛେଦ ୩୭୦ ହେଉ କି ନାଗରିକତା ସଂଶୋଧନ ଆଇନ(ସିଏଏ) ପ୍ରସଙ୍ଗରେ ଆମେ ସରକାରଙ୍କୁ ଘେରିଥିଲୁ । ତେବେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ଥର ଜଣେ ଷ୍ଟେଟସମ୍ୟାନ ଭାବେ ବ୍ୟବହାର କରିଥିଲେ, ସେ କେବେ ପ୍ରତିଶୋଧ ନେଇନଥିଲେ ।
ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, କଂଗ୍ରେସ ବର୍ତ୍ତମାନ ସ୍ଥିତିକୁ କେବଳ ଜବାହାରଲାଲ ନେହରୁ, ରାଜୀବ ଗାନ୍ଧୀ, ଇନ୍ଦିରା ଗାନ୍ଧୀ ସହିପାରିବେ । ସେମାନଙ୍କ ମଧ୍ୟରେ ସହନଶୀଳତା ଥିଲା । ତାଙ୍କୁ ଜନତାଙ୍କ ସମର୍ଥନ ଆଉ ସମ୍ମାନ ମଧ୍ୟ ମିଳିଥିଲା । ବର୍ତ୍ତମାନର କଂଗ୍ରେସ ନେତୃତ୍ୱ ଉପରେ ଲୋକଙ୍କର କୌଣସି ପ୍ରଭାବ ନାହିଁ । ସେ ଏହା ମଧ୍ୟ କହିଥିଲେ କଂଗ୍ରେସର ଗୁମର ପୂରା ଖୋଲିବାକୁ ଚାହୁଁନାହିଁ । ମୋର କଂଗ୍ରେସ ନେତୃତ୍ୱ ସହ ମତଭେଦ ଥାଇପାରେ, ତେବେ କଂଗ୍ରେସ ଦଳ ଏବଂ ତାର ବିଚାରଧାରା ନେଇ କୌଣସି ଅସୁବିଧା ନାହିଁ ।

You May Also Like

More From Author

+ There are no comments

Add yours