ଭାରତରେ ପ୍ରସ୍ତୁତ ଆଇ ଡ୍ରପ୍ ଆମେରିକା ଆଣିଲା ସଙ୍କଟ!

ଶବ୍ଦ ଓଡିଶା ବ୍ୟୁରୋ: ଭାରତରେ ତିଆରି ହୋଇଥିବା ଆଇ ଡ୍ରପ୍ ଆମେରିକାରେ ଚିନ୍ତା ବଢାଇଦେଇଛି । ବର୍ତ୍ତମାନ ସୁଦ୍ଧା ଏଭଳି ସ୍ଥିତିରେ ୩ ଜଣଙ୍କର ମୃତ୍ୟୁହୋଇଛି । ସେହିଭଳି ଏହି ଆଖି ଔଷଧ କାରଣରୁ ଅନେକ ଜଣ ଦୃଷ୍ଟି ଶକ୍ତି ହରାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ଆମେରିକାରେ ଯେତେବେଳେ ଏହି ଆଇ ଡ୍ରପର ପରୀକ୍ଷା କରାଯାଇଥିଲା ସେଥିରେ କୌଣସି ପ୍ରକାରର ମିଶ୍ରଣ ହୋଇନଥିବା ଜଣାପଡିଛି ।
ଖବର ସରବରାହ ସଂସ୍ଥା ରୟଟର୍ସ ଏନଡିଟିଭିର ଏକ ରିପୋର୍ଟକୁ ନେଇ ଏକ ସୂଚନା ଜାରିକରିଛି । ସେହିଭଳି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୁତ୍ରରୁ ଜଣାପଡିଛି ଯେ ଆଇ ଡ୍ରପର ସାମ୍ପୁଲ ଉତ୍ତମ କ୍ୱାଲିଟିର ଥିଲା । ଏହି ଆଇ ଡ୍ରପ୍ ଭାରତର ଚେନ୍ନାଇର କମ୍ପାନୀ ଗ୍ଲୋବାଲ ଫାର୍ମ ହେଲଥ୍ କେୟାର ତିଆରି କରିଥିଲା । ଗୋଟିଏ ଦିନ ପୂର୍ବରୁ ଆମେରିକାରୁ ୫୦ ହଜାର ଆଇ ଡ୍ରପ୍ ଫେରାଇନେଇଥିଲା ।
ୟୁଏସର ଫୁଡ୍ ଆଣ୍ଡ ଡ୍ରଗ୍ସ ଆଡମିନଷ୍ଟ୍ରେସନ (ଏଫଡିଆଇ) ଏହି ଆଇ ଡ୍ରପରେ ବ୍ୟାକ୍ଟେରିଆ ଥିବା କଥା କହିଛି । ଏହା ପରେ କମ୍ପାନୀ ଡ୍ରପକୁ ବଜାରରୁ ଫେରାଇ ଆଣିଥିଲା । ଗତ ମାସରେ ଆମେରିକାରେ ଏହି ଆଇ ଡ୍ରପର ବ୍ୟବହାର ଉପରେ ତତକାଳ ରୋକ ଲଗାଇଥିଲା । ଏହାର କାରଣ ଦର୍ଶାଯାଇଥି ଯେ ଭାରତରେ ପ୍ରସ୍ତୁତ ଏହି ଆଇ ଡ୍ରପ୍ କାରଣରୁ ଲୋକଙ୍କ ମୃତ୍ୟୁ ହେଉଛି ।

You May Also Like

More From Author

+ There are no comments

Add yours