ଶବ୍ଦ ଓଡିଶା ବ୍ୟୁରୋ: ପୁରୀ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ସଦଭାବନା ସଭାଗୃହ ଠାରେ ପୋଷଣ ପକ୍ଷ ଉଦଯାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଯୋଗଦେଇଥିଲେ । ପ୍ରତିଟି ସଜୀବ ପାଇଁ ଖାଦ୍ୟ ଆବଶ୍ୟକ ତେଣୁ ସନ୍ତୁଳିତ ଓ ସମନ୍ବିତ ଖାଦ୍ୟ ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସହକାରୀ ଉଦ୍ୟାନ ଅଧିକାରୀ ମଞ୍ଜୁଳା ତ୍ରିପାଠୀ, ମିଲେଟ ବିଶେଷଜ୍ଞ ସନ୍ଦୀପ ସେନ ପ୍ରମୁଖ ଯୋଗ ଦେଇ ସମସ୍ତଙ୍କ ପାଇଁ ପୋଷଣର ଆବଶ୍ୟକତା ଉପାଦେୟତା ଓ ମାଣ୍ଡିଆ ଜାତୀୟ ଖାଦ୍ୟର ସଚେତନତା ସମ୍ପର୍କରେ ଆଲୋକପାତ କରିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ଏଥିରେ ଅଧ୍ୟକ୍ଷତା କରିବା ସହ ମା ଓ ଶିଶୁର ସ୍ୱାସ୍ଥ୍ୟ ରକ୍ଷା ପାଇଁ ବିଭାଗ ଯତ୍ନଶୀଳ ରହିଛି ବୋଲି କହିଥିଲେ।
ଏହି ଅବସରରେ ଶ୍ରେଷ୍ଠ ସିଡିପିଓ ଭାବେ ପିପିଲି ସିଡିପିଓ ସ୍ନେହଲତା ନାୟକ,ଶ୍ରେଷ୍ଠ ଅଙ୍ଗନବାଡି କେନ୍ଦ୍ର ଭାବେ ପିପିଲି ମଠସାହି ଅଙ୍ଗନବାଡି କେନ୍ଦ୍ର, ଶ୍ରେଷ୍ଠ ସୁପରଭାଇଜର ଭାବେ ସତ୍ୟବାଦୀର ପିୟୁଷମୟୀ ପଣ୍ଡା, ଶ୍ରେଷ୍ଠ ଅଙ୍ଗନବାଡି କର୍ମୀ ଭାବେ ବ୍ରହ୍ମଗିରି ଗୋରୁଆଳ -୨ର ରୋଜାଲିନ ମିଶ୍ର, ଶ୍ରେଷ୍ଠ ହେଲପର ଭାବେ ପୁରୀ ପୌରାଞ୍ଚଳ ଶ୍ରୀକ୍ଷେତ୍ର କଲୋନୀର ବିଣାପାଣୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା।
ସେହିପରି ବିଦ୍ୟାଳୟସ୍ତରୀୟ କୁଇଜ ପ୍ରତିଯୋଗିତାରେ ପ୍ରଥମ ଡେଲାଙ୍ଗର ଶୁଭଲକ୍ଷ୍ମୀ ମହାପାତ୍ର, ଦ୍ୱିତୀୟ ପୁରୀ ସଦରର ଅଙ୍କିତା ଭୋଳ,ତୃତୀୟ ଅସ୍ତରଙ୍ଗର ସ୍ମୃତିଶ୍ରୀ ଗୋଛାୟତ, ଚିତ୍ରାଙ୍କନ ପ୍ରତିଯୋଗିତାର ପ୍ରଥମ ବ୍ରହ୍ମଗିରିର ରୋଶନ ମହାପାତ୍ର, ଦ୍ୱିତୀୟ ପୁରୀ ସଦରର ଆଲିଶା ପ୍ରିୟଦର୍ଶିନୀ ଜେନା, ତୃତୀୟ ଅସ୍ତରଙ୍ଗର ଜିଜ୍ଞାସା ସ୍ୱାଇଁ ପୁରସ୍କୃତ ହୋଇଥିଲେ ।
ସେହିଭଳି ପ୍ରବନ୍ଧ ପ୍ରତିଯୋଗିତାର ପ୍ରଥମ ଅସ୍ତରଙ୍ଗର ଶୁଭଶ୍ରୀ ଗୋଛୟତ, ଦ୍ୱିତୀୟ ପୁରୀ ପୌରାଞ୍ଚଳର ଶ୍ରୀୟା ପ୍ରଧାନ ଓ ତୃତୀୟ କଣାସର ଲୋପାମୁଦ୍ରା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। ସତ୍ୟବାଦୀ ବ୍ଲକ ଅଙ୍ଗନବାଡିର କୁନି ଝିଅ ଅଭିଲିପ୍ସା ଦାସ, ତୃପ୍ତିମୟୀ ମହାପାତ୍ର ଓ ସତ୍ୟବାଦୀ ବିଦ୍ୟାଳୟର ଛାତ୍ରୀମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିବାରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପୋଷଣଯୁକ୍ତ ଓ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟର ପ୍ରଦର୍ଶନ କରାଯାଇଥିଲା
