ବିଷୁବ ବନ୍ଧୁ ମିଳନ ଉତ୍ସବ ନିମନ୍ତେ ଭୂମିପୂଜା

​ରାୟଗଡା ସଦର ମହକୁମା ସ୍ଥିତ ଜିସିଡି ପଡିଆରେ ଜିଲ୍ଲା ବିଷୁବ ବନ୍ଧୁ ମିଳନ କମିଟି ତରଫରୁ ସକାଳ ୯ ଘଟିକା ସମୟରେ ବହୁତ ଆଡମ୍ବର ସହ ଭୂମିପୂଜାର ଆୟୋଜନ କରାଯାଇଥିଲା l

ଏହି ଅବସରରେ କମିଟିର ସଭାପତି ଡକ୍ଟର ନିରଞ୍ଜନ କୁମାର ବକ୍ସିପାତ୍ର ସହ ବିଭିନ୍ନ କମିଟିର ସଦସ୍ୟ ଓ ସଦସ୍ୟା, ସହରର ବରିଷ୍ଠ ଗଣମାନ୍ୟ ବ୍ୟକ୍ତି, ଜନସାଧାରଣ, ସବୁ ରାଜନୈତିକ ଦଳ, ଜିଲ୍ଲାର ବିଭିନ୍ନ ବ୍ଲକରୁ ଆମନ୍ତ୍ରିତ ଅତିଥି ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ l

ଶ୍ରୀ ଶିବାଜୀ ଦାଶ କର୍ତ୍ତା ସାଜି ପୂଜା ସମ୍ପର୍ଣ୍ଣ କରିଥିଲେ l ଭୂମିପୂଜା କାର୍ଯ୍ୟକ୍ରମରେ ସମସ୍ତେ ଉପସ୍ଥିତ ରହି ଆନନ୍ଦ ଉଲ୍ଲାସ ସହ ଏକ ଭାଇଚାରାର ମାହୋଲ ଦେଖିବାକୁ ମିଳିଥିଲା l

You May Also Like

More From Author

+ There are no comments

Add yours