ତଳୁ ଉପରକୁ ପ୍ରବାହିତ ହେଉଥିବା ଝରଣା

ସାଧାରଣତଃ ଝରଣା କହିଲେ ଆମେ ଜାଣିଛେ ପାହାଡ଼ ମଧୁର ଜଳର ନିମ୍ନଗାମୀ ସ୍ରୋତ। ମାତ୍ର ଭାରତରେ ଏମିତି ଏକ ଝରଣା ଅଛି ଯେଉଠିଁ ପାଣିର ସ୍ରୋତ ଦିଗ ବିପରୀତ। ଏହାର ଅର୍ଥ, ଏହି ଝରଣାରେ ଜଳ ତଳୁ ଉପରକୁ ପ୍ରବାହିତ ହୋଇଥାଏ। କଥାଟି କୌତୁହଳପୂର୍ଣ୍ଣ ହୋଇଥିଲେ ବି ସତ। ମହାରାଷ୍ଟ୍ରର ନାନେଘାଟ ଝରଣା ପ୍ରକୃତିର ଏହି ନିୟମର ଓଲଟା ପ୍ରବାହିତ ହୁଏ। ଏହା ଉପରୁ ତଳକୁ ନୁହେଁ ବରଂ ତଳୁ ଉପରକୁ ପ୍ରବାହିତ ହୋଇଥାଏ।


ଆଉ ପ୍ରକୃତିର ଏଭଳି ଅଦ୍ଭୁତ ଓ ରହସ୍ୟମୟ ଦୃଶ୍ୟ ଦେଖିବାକୁ ଏଠାରେ ପର୍ଯ୍ୟଟକଙ୍କର ସବୁବେଳେ ଭିଡ ହୁଏ। ଏହି ଝରଣା ପୁନାର ଜୁନ୍ନାର ନିକଟରେ ଅଛି। ବର୍ଷାଦିନେ ଏହି ଝରଣାର ଦୃଶ୍ୟ ଆହୁରି ଅଧିକ ଅଦ୍ଭୁତ ଲାଗେ। ତେବେ ବୈଜ୍ଞାନିକଙ୍କ ମତରେ, ଝରଣାଟି ଓଲଟା ପ୍ରବାହିତ ହେବା ପଛର କାରଣ ହେଉଛି ଏଠାରେ ପ୍ରବାହିତ ହେଉଥିବା ପ୍ରବଳ ବେଗର ପବନ। ପବନର ବଳ ସାହାଯ୍ୟରେ ଝରଣାର ପାଣି ଠେଲି ହୋଇ ଓଲଟା ପ୍ରବାହିତ ହୁଏ। ଆଉ ଏହି ଦୃଶ୍ୟକୁ ଉପଭୋଗ କରିବାକୁ ହେଲେ ପର୍ଯ୍ୟଟକଙ୍କୁ ପ୍ରାୟ ୫-୬ ଘଣ୍ଟାର ରାସ୍ତା ଟ୍ରେକିଂ କରିବାକୁ ପଡିଥାଏ।

You May Also Like

More From Author

+ There are no comments

Add yours