ରଘୁରାମ ରାଜନ ଭାରତ ଯୋଡୋ ଯାତ୍ରାରେ ସାମିଲ

ମୋଦୀ ସରକାରଙ୍କ ନୀତି ବାବଦରେ ଆଲୋଚନା କରୁଥିବା ରଘୁରାମ ରାଜନ ଭାରତ ଯୋଡୋ ଯାତ୍ରାରେ ସାମିଲ, ରାହୁଲଙ୍କ ପଦଯାତ୍ରାରେ ସାମିଲ ।ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଆଜି ସକାଳୁ ସକାଳୁ ସେ ଏହି ଯାତ୍ରାରେ ସାମିଲ ହୋଇଥିଲେ । ରାଜସ୍ଥାନର ସୱାଇ ମାଧପୁରରେ କଂଗ୍ରେସର ପଦଯାତ୍ରାରେ ସାମିଲ ହୋଇଥିଲେ । ରାହୁଲ ଏବଂ ରଘୁରାମ ରାଜନ୍ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ଏହାର ଫଟୋକୁ ନିଜର ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି । କ୍ୟାପସନରେ ଲେଖାଯାଇଛି, ଘୃଣା ବିରୋଧରେ ଦେଶକୁ ଯୋଡିବା ପାଇଁ ଛିଡା ହେଉଥିବା ଲୋକଙ୍କ ସଂଖ୍ୟା ବଢାଇବାରେ ଆମେ ସଫଳ ହୋଇଛି ।

You May Also Like

More From Author

+ There are no comments

Add yours