ଜାତିଗତ ଜନଗଣନା ସପକ୍ଷରେ ୩ ରାଜ୍ୟ । ଲୋକସଭାରେ ଏନେଇ ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଏହି ତିନି ରାଜ୍ୟ ହେଉଛନ୍ତି ମହାରାଷ୍ଟ୍ର, ଓଡିଶା, ବିହାର । କିଛି ସଂଗଠନ ମଧ୍ୟ ସରକାର ଆଗରେ ଜନଗଣନାରେ ଜାତିର ବିବରଣୀ ସାମିଲ କରିବାକୁ ଅନୁରୋଧ କରିଛନ୍ତି । ଜନଗଣନାରେ ସମ୍ବିଧାନ (ଅନୁସୂଚିତ ଜାତି) ଏବଂ (ଅନୁସୂଚିତ ଜନଜାତି) ଆଦେଶ ୧୯୫୦, ସମୟ ସମୟରେ ସଂଶୋଧନ ଅନୁସାରେ ବିଶେଷ ଭାବରେ ଅନୁସୂଚିତ ଜାତି. ଅନୁସୂଚିତ ଜନଜାତିର ରୂପରେ ଅଧିସୂଚିତ ଜାତି ଭାବେ ଜନଜାତୀୟ ଗଣନା କରାଯାଇଥାଏ । ସରକାର ସ୍ୱାଧୀନତା ପରେ ଜନଗଣନାରେ ଏସସି ଏବଂ ଏସଟି ଛଡା ଅନ୍ୟ ଜାତିଙ୍କ ଗଣନା କରିନାହାନ୍ତି । ମନ୍ତ୍ରୀ କହିଥିଲେ, ୨୦୨୧ ଜନଗଣନା ଆୟୋଜନ କରିବା ପାଇଁ ସରକାର ୨୦୧୯ ମାର୍ଚ୍ଚ ୨୮ରୁ ନିଷ୍ପତ୍ତି ନେଇସାରିଥିଲେ । ଭାରତର ରାଜପତ୍ରରେ ଏନେଇ ଅଧୀସୂଚନା ଜାରି କରାଯାଇଥିଲା । କୋଭିଡ-୧୯ ମହାମାରୀ କାରଣରୁ ୨୦୨୧ ଜନଗଣନାକୁ ଏ ସମ୍ବନ୍ଧିତ ସମସ୍ତ ଗତିବିଧିକୁ ଆଗାମୀ ଆଦେଶ ଯାଏ ରୋକି ଦିଆଯାଇଛି ।
ଜନଗଣନାରେ , ଜନସଂଖ୍ୟା ଏବଂ ବିଭିନ୍ନ ସାମାଜିକ, ଆର୍ଥିକ ମାନଦଣ୍ଡ ଯେପରି ଶିକ୍ଷା, ଅନୁସୂଚିତ ଜାତି. ଅନୁସୂଚିତ ଜନଜାତି, ଧର୍ମ, ଭାଷା, ବିବାହ, ପ୍ରଜନନ କ୍ଷମତା, ବିକଳାଙ୍ଗତା, ବ୍ୟବସାୟ, ବ୍ୟକ୍ତିଙ୍କ ପ୍ରବାସର ତଥ୍ୟକୁ ଏକାଠି କରାଯାଇଥାଏ । ଜନଗଣନାର ପ୍ରଥମ ଚରଣରେ ପ୍ରଶ୍ନାବଳୀକୁ ଭାରତର ରାଜପତ୍ରରେ ଅଧିସୂଚିତ କରାଯାଇଥିଲା । ଆଗାମୀ ଜନଗଣନା ପ୍ରଥମ ଡିଜିଟାଲ ଜନଗଣନା ହେବାକୁ ଯାଉଛି । ଏଥିରେ ସ୍ୱଗଣନାର ବ୍ୟବସ୍ଥା ରହିଛି । ଡାଟା ସଂଗ୍ରହ ପାଇଁ ଗୋଟିଏ ମୋବାଇଲ ଆପ ଏବଂ ବିଭିନ୍ନ ସମ୍ବନ୍ଧିତ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ଏକ ଜନଗଣନା ପୋର୍ଟାଲକୁ ବିକଶିତ କରାଯାଇଛି ।
ନିତ୍ୟାନନ୍ଦ ରାୟ ଡିସେମ୍ବର ୭ରେ ଲୋକସଭାରେ ଏନେଇ ସୂଚନା ଦେଇଥିଲେ । ଏଥିରେ କୁହାଯାଇଥିଲା ଯେ ମାତୃଭାଷା ଏବଂ ଅନ୍ୟ ଦୁଇ ଭାଷାର ନାମକୁ ଆଗାମୀ ଜନଗଣନାରେ ଗ୍ରହଣ କରାଯିବ । ସେ ଏହା ମଧ୍ୟ କହିଛନ୍ତି ଯେ ୨୦୨୦ ଏବଂ ୨୦୨୧ରେ ବିଭିନ୍ନ ରାଜ୍ୟରେ ଜନଗଣନା ଅଧିକାରୀଙ୍କ ୩୭୨ ପଦକୁ ସୂଚାରୁ ରୂପେ ସଞ୍ଚାଳନ କରିବା ପାଇଁ ପୂର୍ଣ୍ଣ କରାଯାଇଛି ।
+ There are no comments
Add yours