ଗୋଦାବରୀଶ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ବାଣପୁର : ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ମହାବିଦ୍ୟାଳୟରେ ଦୀର୍ଘଦିନ ହେଲା ଦାୟିତ୍ୱରେ ଥିବା ଅଧ୍ୟକ୍ଷଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଥିଲା । ଅଧ୍ୟକ୍ଷ ପଦକୁ ନେଇ ସାଧାରଣରେ ଚର୍ଚ୍ଚା ଥିବା ବେଳେ ନୂଆ ଅଧ୍ୟକ୍ଷ ଦାୟୀତ୍ୱ ଗ୍ରହଣ କରିଛନ୍ତି । ପ୍ରାଣୀ ବିଜ୍ଞାନର ମୂଖ୍ୟ ବିନାୟକ ହୋତା ଦାୟୀତ୍ୱ ନେବା ପରେ ପୁଣ୍ୟାତ୍ମା ଗୋଦାବରୀଶ ନାଁରେ ନାମିତ କଲେଜର ବିକାଶ ନେଇ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ସ୍ଥାନୀୟ ନିର୍ବାଚିତ ପ୍ରତିନିଧି, ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀମତି ବିଜୟା ବନ୍ଦନା ରଉତରାୟ ନୂଆ ଅଧ୍ୟକ୍ଷଙ୍କୁ ସ୍ୱାଗତ ଜଣାଇଥିଲେ । ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ବ ନେବା ପରେ ମହାବିଦ୍ୟାଳୟର ଉନ୍ନତି ସହ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାରେ ନିଶ୍ଚିତ ଉନ୍ନତି ହେବା ନେଇ ଆଶା କରାଯାଉଛି । ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀମତି ବିଜୟା ବନ୍ଦନା ରାଉତରାୟ କଲେଜରେ ଶିକ୍ଷା ଦାନ ଓ ମହାବିଦ୍ୟାଳୟରେ ଶୃଙ୍ଖଳିତ ପରିବେଶ ତିଆରି ନେଇ ନୂଆ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି । ନୂତନ ଅଧ୍ୟକ୍ଷଙ୍କ ସ୍ୱାଗତ କାର୍ଯ୍ୟକ୍ରମକୁ କଲେଜର ଅଧ୍ୟାପକ ଶ୍ରୀଯୁକ୍ତ ବର୍ମା ସୂଚାରୁ ରୂପେ ପରିଚାଳନା କରିଥିଲେ।

You May Also Like

More From Author

+ There are no comments

Add yours