ବାଲୁଗାଁ ବନବିଭାଗ କାର୍ଯ୍ୟାଳୟ ଘେରିଲା ଚାଷୀ ମୂଲିଆ ଆଦିବାସୀ ସଂଗଠନ

ବାଲୁଗାଁ ବନବିଭାଗ କାର୍ଯ୍ୟାଳୟ ଘେରିଲା ଚାଷୀ ମୂଲିଆ ଆଦିବାସୀ ସଂଗଠନ । ଆଦିବାସୀ ଯୁବକର ଗିରଫ ପ୍ରତିବାଦରେ ଧାରଣା ।
ଆଦିବାସୀ ଯୁବକର ଗିରଫ ପ୍ରତିବାଦରେ ବନ ବିଭାଗ ଅଫିସ ଘେରାଉ କରିଛି ଚାଷୀ ମୂଲିଆ ଆଦିବାସୀ ସଂଗଠନ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିଛି ସଂଗଠନ । ସୂଚନା ଅନୁସାରେ ଚାଷୀ ମୂଲିଆ ସଂଘର ସଦସ୍ୟ ଦେବରାଜ ଶବରଙ୍କୁ ବନବିଭାଗର କିଛି ଅଧିକାରୀ ତାଙ୍କ ବିଲରୁ ଉଠାଇଆଣିଥିଲେ । ତେବେ ତାଙ୍କୁ କେଉଁଠି ରଖାଯାଇଛି ସେନେଇ କୌଣସି ସୂଚନା ଦିଆଯାଇନଥିଲା । ଅଚାନକ ଭାବେ କୌଣସି ସୂଚନା ନଦେଇ ଦେବରାଜଙ୍କୁ ସେଠାରୁ ଉଠାଇ ଅଣାଯାଇଥିଲା । ବାଲୁଗାଁ ବନାଞ୍ଚଳର ନିର୍ଦ୍ଦେଶରେ ଏଭଳି କରାଯାଇଥି୍ବା ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ସେ କେଉଁଠାରେ ଅଛନ୍ତି ଏବଂ କଣ ପାଇଁ ଅଣାଯାଇଛି ସେନେଇ ମଧ୍ୟ ସ୍ପଷ୍ଟ ସୂଚନା ବନବିଭାଗ ପକ୍ଷରୁ ଦିଆଯାଉନାହିଁ । ବନ ବିଭାଗ ପକ୍ଷରୁ ଜାଣିଶୁଣି ବାରମ୍ବାର ଏଭଳି କରାଯାଉଥିବା ମଧ୍ୟ ଅଭିଯୋଗ କରାଯାଇଛି । ବନ ବିଭାଗର ଅଧିକାରୀ କାହିଁକି ଜଙ୍ଗଲ ଜମିରେ ଚାଷ କରୁଛି କହି ତାଙ୍କୁ ଉଠାଇନେଇଥିବା ଅଭିଯୋଗ ହୋଇଛି ।


୨୦୦୬ ଜଙ୍ଗଲ ଅଧିକାର ଆଇନ ଅନୁସାରେ ପାରମ୍ପାରିକ ଆଦିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର ଦିଆଯିବ । ଯେଉଁଠାରେ ମଧ୍ୟ ସେ ରହିବେ ସେଠାରେ ତାଙ୍କୁ ଜଙ୍ଗଲ ଜମିର ଅଧିକାର ଦିଆଯିବ । କିନ୍ତୁ ଏହି ଅଞ୍ଚଳରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଏଠାରେ ଜଙ୍ଗଲ ଜମିରୁ ଆଦିବାସୀଙ୍କୁ ହଟାଇ ଦିଆଯାଉଛି । ପରିବାର ବାରମ୍ବାର ଅଭିଯୋଗ ମଧ୍ୟ କରିଛନ୍ତି ଯେ ରେଞ୍ଜର, ଫରେଷ୍ଟର ସେମାନଙ୍କୁ ହଇରାଣ କରୁଛନ୍ତି ।

You May Also Like

More From Author

+ There are no comments

Add yours