କାୟାକଳ୍ପ ପକ୍ଷରୁ ବିଜ୍ଞାନ କୁଇଜ ପ୍ରତିଯୋଗିତା

ସାହିତ୍ୟ ବିଜ୍ଞାନ ଦର୍ଶନର ମୁଖପତ୍ର କାୟାକଳ୍ପ ଅନୁଷ୍ଠାନ ତରଫରୁ ବିଜ୍ଞାନ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଙ୍କି କଳାପଥର ଉଚ୍ଚ ବିଦ୍ୟାଳୟ ଓ ବୋଲଗଡ ଧଳାପଥର ଉଚ୍ଚ ବିଦ୍ୟାଳୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଅର୍ଚ୍ଚିତା, ଆଶୁତୋଷ, ପ୍ରୀତମ, ରାସେଶ୍ୱରୀ, କ୍ଷୀତିପ୍ରଭା ଶ୍ରେଷ୍ଠ ପ୍ରତିଯୋଗୀ ଭାବେ ବିବେଚିତ ହୋଇଥିଲେ। କାର୍ଯ୍ୟକ୍ରମକୁ ଉଭୟ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଗୀତାଞ୍ଜଳି ରଣା ଏବଂ ସଂଯୁକ୍ତ ଦାଶ ଉଦଘାଟନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଡାଇରେକ୍ଟର ତପନ ଦତ୍ତ, ସମାଜସେବୀ ଭାଗିରଥୀ ଦାଶ, ଶିକ୍ଷାବିତ ସୁନିଲ କୁମାର ମିଶ୍ର,ସୂର୍ଯ୍ୟକାନ୍ତ ପ୍ରଧାନ, ଧରମବୀର ୟୁଡି ଆର ସିଂହ, କଲ୍ୟାଣୀ ସାହୁ, କବିୟତ୍ରୀ ରତ୍ନପ୍ରଭା ସାହୁ ଅତିଥିଭାବେ ଯୋଗଦେଇଥିଲେ । ତ୍ରିଲୋଚନ ଦାଶ ଏହି କୁଇଜ ପ୍ରତିଯୋଗିତା ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ସ୍ୱର୍ଣ୍ଣଲତା ପ୍ରଧାନ କୁଇଜ ପରିଚାଳନାରେ ଉପସ୍ଥିତ ରହି ସହଯୋଗ କରିଥିଲେ । ନୃତ୍ୟ ନିର୍ଦ୍ଦେଶକ ଧ୍ରୁବ ମହାପାତ୍ର ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ । ଶିକ୍ଷୟିତ୍ରୀ ଅମ୍ରିତା ନାୟକ ସହଯୋଗ କରିଥିବା ବେଳେ ମୀନାକ୍ଷୀ ନନ୍ଦ ଧନ୍ୟବାଦ ଦେଇଥିଲେ ।

You May Also Like

More From Author

+ There are no comments

Add yours