“ଗରିବ, ଆଦିବାସୀ ଓ ପଛୁଆ ବର୍ଗ ମୋର ଶକ୍ତି”

ସର୍ବୋଚ୍ଚ ମୁକୁଟ ପିନ୍ଧିଛନ୍ତି ଦ୍ରୌପଦୀ ମୁର୍ମୁ । ଯାହା ପାଇଁ ସାରା ଦେଶ ଅପେକ୍ଷା କରିଥିଲା, ଆଜି ତାହା ପୂର୍ଣ୍ଣ ହୋଇଛି । ରାଇସିନୀ ହିଲ୍ସର ରାଣୀ ସାଜିଛନ୍ତ ଏହି ଆଦିବାସୀ ମହିଳା। ଭାରତର ସର୍ବକନିଷ୍ଠ ରାଷ୍ଟ୍ରପତି ରୂପେ ରାଇସିନା ହିଲ୍ସ ରେ ପହଞ୍ଚିଛନ୍ତି ଦ୍ରୌପଦୀ ମୁର୍ମୁ । ଶପଥ ଗ୍ରହଣ କରିଛନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ । ଶପଥ ଗ୍ରହଣ ଉତ୍ସବରେ ଦେଶର ଶକ୍ତିକୁ ସଲାମ କରିଛନ୍ତି ଶ୍ରୀମତି ମୁର୍ମୁ । ବିଶ୍ବସ୍ତରରେ ଭାରତର ଅବଦାନକୁ ସେ ପ୍ରଶଂସା କରିଛନ୍ତି । କୋରୋନା ସହ ଦେଶର ଲଢେଇକୁ ସେ ବାଃ ବାଃ କରିଛନ୍ତି । ମହିଳାଙ୍କ ଶସକ୍ତିକରଣଠୁ ଆରମ୍ଭ କରି ଯୁବପିଢିଙ୍କୁ ଦେଶର ଭବିଷ୳ତ ଭାବେ ସମ୍ବୋଧନ କରି, ଦେଶର ବିକାଶରେ ସକ୍ରିୟ ହେବାକୁ ଆହ୍ବାନ ଦେଇଛନ୍ତି । ତାଙ୍କ ଉଦବୋଧନରେ ସେ ଯୁବସମାଜର ବିକାଶ କେବଳ ତାଙ୍କର ନୁହେଁ, ବରଂ ଦେଶର ବିକାଶ ବୋଲି ବିବେଚନ କରିଛନ୍ତି । ଭାରତର ରାଷ୍ଟ୍ରପତି ଭାବେ ଯୁବପିଢିଙ୍କୁ ସର୍ବଦା ସହଯୋଗ କରିବେ ବୋଲି କଥା ଦେଇଛନ୍ତି ।ଆଦିବାସୀ, ଗରିବ ଓ ପଛୁଆ ବର୍ଗର ଉଦ୍ଧାର କରିବାରେ ସେ ସମସ୍ତ ଚେଷ୍ଟା କରିବାର ପ୍ରତିଶ୍ରୁତିପୂର୍ଣ୍ଣ ହୋଇଛନ୍ତି । ଏହା ସହ ତାଙ୍କ ଜନ୍ମସ୍ଥାନ ବିଷୟରେ ସେ ଆଲୋକପାତ କରିଛନ୍ତି । ଜଙ୍ଗଲ ଓ ଜଳପ୍ରପାତ ତଥା ପ୍ରକୃତିର ବରଦାନକୁ ସେ ଭଲଭାବେ ବୁଝିଛନ୍ତି। ସର୍ବଶେଷରେ ଜଗନ୍ନାଥ କ୍ଷେତ୍ରର ପ୍ରସିଦ୍ଧ କବି ଭୀମ ଭୋଇଙ୍କ କବିତା, “ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ” ଉଚ୍ଚାରଣ କରି ନିଜ ମାଟିର ଗାରିମାକୁ ଉଚ୍ଚରେ ରଖିବାକୁ ଭୁଲି ନାହାନ୍ତି।

You May Also Like

More From Author

+ There are no comments

Add yours