Wed. Oct 14th, 2026

ସାଧାରଣତଃ ଖାଇବା ପ୍ଲେଟରେ ସାରୁକୁ କେହି ପସନ୍ଦ କରନ୍ତି ନାହିଁ । ସାରୁ ଖାଇବା ଦ୍ୱାରା ବିଭିନ୍ନ ଆଲର୍ଜି ହେବାର ମଧ୍ୟ ଦେଖିବାକୁ ମିଳିଥାଏ। ତେବେ ଏହା ପରିବା ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ଦେବ ବୋଲି ପ୍ରମାଣିତ ହୋଇଛି। କାରଣ ଏଥିରେ ଫାଇବର ଏବଂ ରେସିଷ୍ଟାନ୍ସ ଷ୍ଟାର୍ଚର ମାତ୍ରା ଭରପୂର ରହିଥାଏ। ଯାହାକି ବ୍ଲଡ୍‌ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ବହୁତ ଲାଭଦାୟକ ହୋଇଥାଏ। ହଜମ ପ୍ରକ୍ରିୟା ଏବଂ ହାର୍ଟକୁ ସୁସ୍ଥ ରଖିବାରେ ମଧ୍ୟ ସାରୁର ସେବନ ଉପଯୋଗୀ ହୋଇପାରେ।


ତେବେ ଆସନ୍ତୁ ଜାଣିବା ସାରୁର ଉପକାରୀ ଗୁଣବିଷୟରେ;

ସାରୁରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ଭିଟାମିନ ସି ଏବଂ ଇ ରହିଥାଏ। ଏହାକୁ ଡାଏଟ୍‌ରେ ସାମିଲ କରିବା ଦ୍ୱାରା ହାର୍ଟ ଏବଂ କ୍ୟାନ୍ସର ଭଳି ଗମ୍ଭୀର ରୋଗ ଆଶଙ୍କାକୁ କମ୍‌ କରାଯାଇ ପାରିବ।

ସାରୁରେ ଷ୍ଟାର୍ଚ ଭରପୂର ମାତ୍ରାରେ ଥିବା ସହିତ ଦୁଇ ପ୍ରକାରର କାର୍ବୋହାଇଡ୍ରେଟ ମଧ୍ୟ ରହିଥାଏ, ଯାହା ବ୍ଲଡ୍‌ ସୁଗାରକୁ କଣ୍ଟ୍ରୋଲରେ ରଖିଥାଏ।

ଓଜନ କମ୍‌ କରିବାରେ ସହାୟକ ହୋଇଥାଏ ସାରୁ। ଏହାକୁ ଖାଇବା ଦ୍ୱାରା ଲମ୍ବା ସମୟ ପର୍ଯ୍ୟନ୍ତ ପେଟ ଭରି ରହିଥିବାର ଅନୁଭବ ହୋଇଥାଏ। ଏଥିରେ କ୍ୟାଲୋରୀ ମାତ୍ରା ବହୁତ କମ୍‌ ଥାଏ। ତେଣୁ ଓଜନ କମ୍‌ କରିବାକୁ ଚାହୁଁଛନ୍ତି ଯଦି ଡାଏଟ୍‌ରେ ସାରୁକୁ ସାମିଲ କରନ୍ତୁ।

ଏଥିରେ ଭରପୂର ମାତ୍ରାରେ ଫାଇବର ଥିବାରୁ ଏହା ହଜମ ପ୍ରକ୍ରିୟାକୁ ଠିକ୍‌ ରଖିଥାଏ। ଏହାକୁ ଖାଇଲେ ଗ୍ୟାସ୍‌, କୋଷ୍ଠକାଠିନ୍ୟ ଏବଂ ବଦ୍‌ହଜମୀ ଦୂର ହୋଇଥାଏ।

ଏହାର ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ସହିତ ଭିଟାମିନ୍‌ ଏ ଏବଂ ସି ଭଳି ତତ୍ବ, ଆଖିର ଦୃଷ୍ଟିଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।


ପୋଷକ ତତ୍ତ୍ୱରେ ଭରପୂର ସାରୁ ସେବନ କରିବା ଦ୍ୱାରା ଇମ୍ୟୁନିଟି ବଢ଼ିଥାଏ। ଏଥିରେ ଥିବା ଭିଟାମିନ୍‌ ସି ଏକ ଆଣ୍ଟିଅକ୍ସିଡାଣ୍ଟ ରୂପେ କାମ କରିଥାଏ, ଯଦ୍ଦ୍ଵାରା ଇମ୍ୟୁନିଟି ବଢ଼ିବାରେ ସାହାଯ୍ୟ ମିଳିଥାଏ।

Leave a Reply

Your email address will not be published. Required fields are marked *