ପରୀକ୍ଷା ହଲରେ ଏକାଠି ବସି ମୋବାଇଲରୁ କପି କରୁଛନ୍ତି ଛାତ୍ରଛାତ୍ରୀ

ଶିକ୍ଷା ଛାତ୍ର ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭେଇଥାଏ। ଜ୍ଞାନର ଭଣ୍ଡାରକୁ ବିକଶିତ କରିବା ପାଇଁ ଶିକ୍ଷକ ଓ ଛାତ୍ର ଉଭୟ ଏଥିରେ ଲାଗିପଡନ୍ତି। କିନ୍ତୁ କିଛି ବିଶୃଙ୍ଖଳିତ ଶିକ୍ଷା ପ୍ରଣାଳୀରେ ଏକ ଛାତ୍ରର ଭବିଷ୳ତ ଅପରେ ପ୍ରଶ୍ନ ସୃଷ୍ଟି ହୁଏ। ନିକଟରେ କିଛି ଛାତ୍ରଛାତ୍ରୀ ବହୁଳ ମାତ୍ରାରେ କପି କରୁଥିବାର ଏକ ଘଟଣା ସାମ୍ନାକୁ ଆସିଛି । ବିହାରର ନାଳନ୍ଦାରେ ଏପରି ଏକ ଲଜ୍ଜାଜନକ ଜିନିଷ ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବାର ଅଙ୍ଗଭଙ୍ଗୀ ଦେଖି କେହି କହିବ ନାହିଁ ସେମାନେ ସତରେ ପରୀକ୍ଷା ଦେଉଛନ୍ତି ନା ଟାଇମ୍ ପାସ୍ କରୁଛନ୍ତି ।

ଉତ୍ତମ ଶିକ୍ଷା କଥା ଆସିଲେ ନାଳନ୍ଦା ନାଁ ସବୁଠୁ ଆଗରେ ରହୁଥିଲା। ମାତ୍ର ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡିଓଟି ଷ୍ଟେସନ ରୋଡ଼ରେ ଥିବା ଅଲାମା ଇକବଲ କଲେଜର ବୋଲି କୁହାଯାଉଛି । ନାଳନ୍ଦା ଜିଲ୍ଲାର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ବିଏ ଦ୍ୱିତୀୟ ବର୍ଷର ପରୀକ୍ଷା ଚାଲିଥିଲା । ପରୀକ୍ଷା କେନ୍ଦ୍ରର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଛାତ୍ରଛାତ୍ରୀମାନେ ଚଟାଣରେ ବସି ହାତରେ ମୋବାଇଲ ଧରି ଦେଉଛନ୍ତି ପରୀକ୍ଷା। କପି କରିବାର ଏପରି ଢଙ୍ଗରେ ଶିକ୍ଷକ ମଧ୍ଯ ଅନ୍ଧ ପାଲଟିଯାଇଛନ୍ତି।


ତେବେ ଭିଡିଓରେ କିଛି ପରୀକ୍ଷାର୍ଥୀ ନିଜର ଆଡମିଟ୍ କାର୍ଡ ବାରମ୍ବାର ଦେଖୁଥିଲେ । ସେଥିରେ କଲେଜର ନାମ ସ୍ପଷ୍ଟ ଭାବେ ଦେଖାଯାଉଥିଲା । ପିଲାମାନେ ଖୁବ୍ ଆରାମରେ ବସି, ଗୋଡ଼ ଲମ୍ବାଇ ପରୀକ୍ଷା ଦେଉଥିଲେ । ଏହି ଭାଇରାଲ ଭିଡିଓ ବିହାରର ଶିକ୍ଷା ବ୍ୟବସ୍ଥା ପ୍ରତି ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନକଲକାରୀଙ୍କ ପ୍ରତି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏହା ବୃଦ୍ଧି ପାଉଥିବା କୁହାଯାଉଛି ।

You May Also Like

More From Author

+ There are no comments

Add yours