Wed. Oct 14th, 2026

ଦିନକୁ ଦିନ ହ୍ୱାଟ୍ସଆପ କିଛି ନା କିଛି ନୂତନ ଫିଚର ଆଣିବାରେ ଲାଗିଛି। ହ୍ୱାଟ୍ସଆପ ମଧ୍ୟ କ୍ରମାଗତ ଭାବେ ଫିଚର ଗୁଡିକର ବିକାଶ ଉପରେ କ୍ରମାଗତ ଭାବରେ କାର୍ଯ୍ୟ କରୁଛି। ନିକଟ ଅତୀତରେ ବ୍ୟବହାରକାରୀଙ୍କ ହିତକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ହ୍ୱାଟ୍ସଅପ ନୂଆ ନୂଆ ଫିଚର୍‌ ଆଣିଥିଲା। ବର୍ତ୍ତମାନ ହ୍ୱାଟ୍ସଆପ ଏକ ନୂତନ ଫିଚର ଆଣିବାକୁ ଯାଉଛି। ଯେଉଁଥିରେ ଉପଭୋକ୍ତାମାନଙ୍କର ଡିସଆପିୟରିଂ ମେସଜକୁ କୌଣସି ସମୟରେ ମଧ୍ଯ ଦେଖିପାରିବେ। ପୂର୍ବରୁ ଏହା ସୁବିଧାରେ ୨୪ ଘଣ୍ଟା, ୭ ଦିନ ଏବଂ ୯୦ ଦିନ ଥିଲ। କିନ୍ତୁ ଏହି ଫିଚର ଆସିବା ପରେ ମେସେଜ କେବେ ମଧ୍ୟ ଡିଲିଟ ହେବନି । ବ୳ବହାରକାରୀମାନେ ପୁଣି ଚାହିଁଲେ ଦେଖିପାରିବେ।


ହ୍ୱାଟ୍ସଆପ ଟ୍ରେକର୍ ୱାବିଟାଇନଫୋ ର ଏକ ରିପୋର୍ଟ ଅନୁଯାୟୀ, ହ୍ବାଟସ୍ ଆପ୍ ଏକ ଅଦୃଶ୍ୟ କେପ୍ଟ ମେସେଜ୍ ଫିଚର ଉପରେ କାମ କରୁଛି। ଯାହା ପରେ ମୋବାଇଲରୁ କଟି ଯାଇଥିବା ମଧ୍ୟ ମେସେଜ୍ ପୁଣି ଦୃଶ୍ୟମାନ ହେବ। ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ହ୍ବାଟ୍ସଆପ୍ ଡେସ୍କଟପ୍ ପାଇଁ ଏହି ଡିସଆପିଅର କେପ୍ଟ ମେସେଜ୍ କାମ କରିବ। ଏହି ଫିଚର ପରେ ଉପଭୋକ୍ତାମାନେ ଡିସଆପିଅର ମୋଡରେ ଡିଲିଟ ହୋଇଥିବା ମସେଜଗୁଡ଼ିକୁ ପୁଣି ଦେଖିପାରିବେ। ଏହି ନୂତନ ଫିଚରର ନାଁ କେପ୍ଟ ମେସେଜ୍ ରଖାଯାଇଛି। ସମସ୍ତ ଉପଭୋକ୍ତା ସେମାନଙ୍କ ବାର୍ତ୍ତାଳାପରେ କେପ୍ଟ ମେସେଜ୍ ବ୍ୟବହାର କରିବାକୁ ସମର୍ଥ ହେବେ। ଏହି ଫିଚର ବର୍ତ୍ତମାନ ଉପଲବ୍ଧ ହୋଇ ନାହିଁ। ଏହି ମୋଡ ଉପରେ କାମ କରାଯାଉଛି।

ଏହି କେପ୍ଟ ମେସେଜ ବ୍ୟତୀତ ହ୍ବାଟ୍ସଆପ୍ ଏକ ସାଇଲେଣ୍ଟ ଗ୍ରୁପ ଲିଭ ବିକଳ୍ପ ଉପରେ କାମ କରୁଛି। ଯଦି ଜଣେ ଗ୍ରୁପ ଛାଡିବାକୁ ଚାହୁଁଛନ୍ତି, ତେବେ ଗ୍ରୁପର କୌଣସି ସଦସ୍ଯ ଜାଣିପାରିବେ ନାହିଁ। ଗ୍ରୁପକୁ ମଧ୍ୟ କୌଣସି ନୋଟିଫିକେସନ ଯିବ ନାହିଁ । କେବଳ ଗ୍ରୁପ ଆଡମିନ ହିଁ ଗ୍ରପୁର ପାଷ୍ଟ ପାର୍ଟିସିପେଣ୍ଟ ଫିଚରକୁ ବ୍ୟବହାର କରି ଜାଣିପାରିବେ।

Leave a Reply

Your email address will not be published. Required fields are marked *