ଏଟିଏମରୁ ଟଙ୍କା ଉଠାଇବା ନେଇ ଆସିଲା ନୂଆ ପଦ୍ଧତି

ଏଟିଏମରୁ ଟଙ୍କା ଉଠାଇବା ବେଳେ ହେଉଥିବା ଠକେଇକୁ ଆଖି ଆଗରେ ରଖି ଭାରତର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ବଡ଼ ପରିବର୍ତ୍ତନ କରିଛନ୍ତି। ଯଦିଓ ଏବେ ଅଧିକାଂଶ ଲୋକ ୟୁପିଆଇ ଜରିଆରେ ନେଣଦେଣ କରୁଛନ୍ତି କିନ୍ତୁ ଗାଁ ଗହଳିରେ ଏବେ ବି ଏଟିଏମ ଉପରେ ଅଧିକାଂଶ ନିର୍ଭରଶୀଳ ରହିଛନ୍ତି।

ଗ୍ରାହକମାନଙ୍କୁ ଠକେଇରୁ କିଭଳି ବିରତି ରହିବାକୁ ହେବ ତାକୁ ନଜରରେ ରଖି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଓ୍ୱାନ ଟାଇମ୍ ପାସୱାର୍ଡ (ଓଟିପି) ଆଧାରିତ ନଗଦ ପ୍ରତ୍ୟାହାର ସେବା ଆରମ୍ଭ କରିଛି। ଖୁବ୍ ଶୀଘ୍ର ଅନେକ ବ୍ୟାଙ୍କ ଏଟିଏମରୁ ନଗଦ ଟଙ୍କା ଉଠାଇବା ପାଇଁ ଏପରି ଓଟିପି ପଦ୍ଧତିକୁ ଆପଣାଇବେ ବୋଲି ଆଶା କରାଯାଉଛି।

ଏସବିଆଇର ରିପୋର୍ଟ ଅନୁଯାୟୀ, ଏଟିଏମରେ ନଗଦ ଟଙ୍କା ଉଠାଇବା ସମୟରେ ଗ୍ରାହକଙ୍କୁ ଓଟିପି ଦେବାକୁ ହେବ। ଓଟିପି ହେଉଛି ଏକ ସିଷ୍ଟମ ଯାହା ଉତ୍ପାଦିତ ଚାରି ଅଙ୍କ ବିଶିଷ୍ଟ ନମ୍ବର । ଏହା ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପଠାଯିବ। ଓଟିପି ନଗଦ ଟଙ୍କା ପ୍ରତ୍ୟାହାରକୁ ସୁରକ୍ଷିତ କରିବ। ଏବଂ ଏହି ଓଟିପିରେ ଗୋଟିଏ ଥରେ ନେଣଦେଣ କରିହେବ।

ଜାନୁଆରୀ ୧, ୨୦୨୨ରେ ଓଟିପି ଆଧାରିତ ନଗଦ ଟଙ୍କା ପ୍ରତ୍ୟାହାର ସେବା ଆରମ୍ଭ ହୋଇଥିଲା । ସୋସିଆଲ ମିଡିଆ ତଥା ଅନ୍ୟାନ୍ୟ ପ୍ଲାଟଫର୍ମ ମାଧ୍ୟମରେ ଏସବିଆଇ ସମୟ ସମୟରେ ଏଟିଏମ୍ ଠକେଇ ବିଷୟରେ ସଚେତନତା ସୃଷ୍ଟି କରିଆସୁଛି। ଏହାର ସମସ୍ତ ଗ୍ରାହକଙ୍କୁ ଏହି ସେବା ପାଇବାକୁ ନିବେଦନ କରାଯାଇଛି। ଗ୍ରାହକମାନେ ଏସବିଆଇ ଏଟିଏମରେ ଗୋଟିଏ କାରବାରରେ, ୧୦ ହଜାର କିମ୍ବା ଅଧିକ ପ୍ରତ୍ୟାହାର କଲେ ଏହି କାରବାରକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବାକୁ ଓଟିପି ଦରକାର ହେବ।

You May Also Like

More From Author

+ There are no comments

Add yours