Wed. Oct 14th, 2026

—–“ଶିଳ୍ପ ବିପ୍ଳବ ଯୋଗୁଁ ଅର୍ଥନୀତି ରେ ନୂତନ ସୁଯୋଗ ରହିଛି”—-

ନବରଙ୍ଗପୁର: ଅର୍ଥନୀତି ସମାଜ ଗଠନ ରେ ସହାୟକ ହେବା ସହ ମଣିଷ ଜୀବନ ଶୈଳୀ ରେ ସହାୟକ ହୋଇଥାଏ ବୋଲି କର୍ପୋରେଟ ମନ୍ତ୍ରଣାଳୟ ର ଅର୍ଥନୈତିକ ପରାମର୍ଶ ଦାତ୍ରୀ ନନ୍ଦିନୀ ମିଶ୍ର ମତବ୍ୟକ୍ତ କରିଛନ୍ତି।’ମୁଁ ବି ସମର୍ଥ’‌ ର ୧୭ତମ ଭାଗରେ ଯୋଗ ଦେଇ ଅର୍ଥନୀତି ବିଦ୍ୟାର୍ଥୀ, କୃଷି, ସ୍ବାସ୍ଥ୍ୟ, ବେପାର, ଷ୍ଟକ୍ ଭଳି ବିଭିନ୍ନ ଅନୁଷ୍ଠାନ କାର୍ଯ୍ୟ କରିବା ପାଇଁ ସୁଯୋଗ ରହିଥିବା ବେଳେ ୪ର୍ଥ ଶିଳ୍ପ ବିପ୍ଳବ ରେ ଅର୍ଥନୀତି ର ଗୁରୁତ୍ୱ ବୃଦ୍ଧି ପାଇଛି ବୋଲି ଶ୍ରୀମତି ମିଶ୍ର ପ୍ରକାଶ କରିଛନ୍ତି। ଛାତ୍ର ଓ ଛାତ୍ରୀ ଅର୍ଥନୀତି ରେ କ୍ୟାରିୟର ପାଇଁ ଭାରତ ସରକାର ସରକାରୀ ଚାକିରୀ ଛଡ଼ା ବିଭିନ୍ନ ଦେଶ ବିଶ୍ଵ ବ୍ୟାଙ୍କ ଭଳି କାର୍ଯ୍ୟ କରିବା ପାଇଁ ମଧ୍ୟ ସୁଯୋଗ ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି।
୨୦୧୯ ଆଇ.ଇ.ଏସ୍ ଶୀର୍ଷ ସ୍ଥାନରେ ଅଧିକାର କରିଥିବା ଅଂଶୁମାନ କମିଲା ଯୋଗ ଦେଇ ସମୟାନୁବର୍ତ୍ତୀତା ଜ୍ଞାନ ସାଂଗକୁ ସ୍ମାର୍ଟ କାର୍ଯ୍ୟ କରିବା ଦ୍ବାରା ସଫଳତା ନିଶ୍ଚିତ ବୋଲି କହିଛନ୍ତି। ଭାରତୀୟ ଅର୍ଥନୀତି ସେବାରେ କୃତକାର୍ଯ୍ୟ ପାଇଁ ପାଠ୍ୟକ୍ରମ କୁ ଯୋଜନା ବଦ୍ଧ ଭାବେ ପ୍ରସ୍ତୁତି ହେବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ଜୀବନରେ କିପରି ଲଗାତାର ଭାବେ ୩ଥର ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ ସେ ସମ୍ପର୍କରେ କହିଥିଲେ ।ଅବସ‌ରପ୍ରାପ୍ତ ବରିଷ୍ଠ ଅର୍ଥନୈତିକ ପରାମର୍ଶ ଦାତା ଶ୍ରୀକର ନାଇକ ଯୋଗ ଦେଇ ସମୟାନୁବର୍ତ୍ତୀତା, ନିଷ୍ଠା ଓ ତ୍ୟାଗ ଦ୍ବାରା ସଫଳତା ମିଳିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଅର୍ଥନୀତି ର ନୂତନ ବିଭାଗ ଗୁଡିକ ଖୋଲୁଥିବାରୁ ଏଥିରେ ଅନେକ ସୁଯୋଗ ରହିଥିବାର ସେ କହିଥିଲେ । ଅବସରପ୍ରାପ୍ତ ବରିଷ୍ଠ ଅର୍ଥନୈତିକ ପରାମର୍ଶ ଦାତା ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇ ବିଶେଷ କରି ସରକାରୀ ଚାକିରୀ ଛଡ଼ା ଶିଳ୍ପ, ବ୍ୟାଙ୍କ, କମ୍ପାନୀ, ଗବେଷଣା ସଂସ୍ଥା ମାନଙ୍କରେ ରହିଥିବା କ୍ୟାରିୟର ସୁଯୋଗ ସମ୍ପର୍କରେ କହିଥିଲେ । ଅର୍ଥନୀତି ବିଜ୍ଞାନ ଓ କଳା ହୋଇପାରେ ସେଥିପାଇଁ ବିଦ୍ୟାର୍ଥୀ ଙ୍କୁ ଗଭୀର ଅଧ୍ୟୟନ ସହ ଇଂରାଜୀ ଭାଷା ଜ୍ଞାନ ବୃଦ୍ଧି କରିବା ଦରକାର ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଛନ୍ତି ।’ମୁଁ ବି ସମର୍ଥ’‌ କାର୍ଯ୍ୟକ୍ରମ ର ସଂଯୋଜକ ଲକ୍ଷ୍ମୀ ନାରାୟଣ ବକ୍ସି ଏହି କାର୍ଯ୍ୟକ୍ରମ କୁ ଉପସ୍ଥାପନା କରିଥିଲେ । ଓଡ଼ିଶା ଛଡ଼ା ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ପୁଡୁଚେରୀ ବିଶ୍ଵ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ଉପସ୍ଥିତ ରହି ନିଜର କ୍ୟାରିୟର ସମ୍ପର୍କରେ ବିଶେଷଜ୍ଞ ଙ୍କ ଠାରୁ ପଚାରି ବୁଝିଥିଲେ ।

Leave a Reply

Your email address will not be published. Required fields are marked *