Wed. Oct 14th, 2026

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ମକା ଚାଷୀ ଙ୍କୁ ଅଧିକ ଅଧିକ ଲାଭବାନ ହେବା ଉଦ୍ଦେଶ୍ୟରେ ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଶଳ ପ୍ରକଳ୍ପ ମାଧ୍ୟମରେ ଖଣିଜ ଓ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନ ଭୁବନେଶ୍ୱର ପକ୍ଷରୁ ନବରଙ୍ଗପୁର ବ୍ଲକ ର ଧାରନାବେଡା ଠାରେ ଉନ୍ନତ ଜ୍ଞାନ କୌଶଳ ରେ ନିର୍ମିତ ମକା କୁ ଶୁଖାଇବା ଯନ୍ତ୍ର (ଡ୍ରାଏର୍) ଙ୍କୁ ଚାଷୀ ଓ ସ୍ବୟଂ ସହାୟକ ଦଳ ର ସଭ୍ୟା ମାନଙ୍କୁ ପ୍ରଦର୍ଶନ ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାର ଉପଜିଲ୍ଲାପାଳ ଭାସ୍କର ରଇତ ଉପସ୍ଥିତ ରହି ବିଜ୍ଞାନ ଓ କାରିଗର ପ୍ରକଳ୍ପ ମାଧ୍ୟମରେ ଅନେକ ବୈଜ୍ଞାନିକ ପଦ୍ଧତିରେ ଚାଷ ର ଜ୍ଞାନ କୌଶଳ ପ୍ରଦର୍ଶିତ ହେଉଛି ସେହି ସବୁ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଆର୍ଥିକ ଓ ସାମାଜିକ ଉନ୍ନତି କରିବା ପାଇଁ ସେ ଆହ୍ବାନ ଦେଇଥିଲେ ।

ଜିଲ୍ଲା ମତ୍ସ୍ୟ ଅଧିକାରୀ କୁଭଁର ମାରାଣ୍ଡି ଯୋଗ ଦେଇ ମତ୍ସ୍ୟ ଖାଦ୍ୟ ପ୍ରସ୍ତୁତି ରେ ଏହି ଡ୍ରାଏର୍ ମାଛ ଖାଦ୍ୟ ପ୍ରସ୍ତୁତି ରେ ଉନ୍ନତି ମାନ ଆଣିବା ସହ ମାଛ ଖାଦ୍ୟ କୁ ଅଧିକ ଦିନ ପର୍ଯ୍ୟନ୍ତ ଗଚ୍ଛିତ ରଖା ଯାଇପାରିବ । ଏହି ଡ୍ରାଏର୍ ବ୍ୟବହାର କରି ମକା କୁ ଅଳ୍ପ ଖର୍ଚ୍ଚ ରେ ଶୁଖାଇବା ସହ ଖାଦ୍ୟ ପ୍ରସ୍ତୁତି କରାଯାଇ ପାରିବ ବୋଲି ସେ କହିଥିଲେ ।ଆଇ.ଏମ୍.ଏମ୍.ଟି ର ପ୍ରଧାନ ବୈଜ୍ଞାନିକ ସ୍ନେହାଶିଷ ବେହେରା ଯୋଗ ଦେଇ ଡ୍ରାଏର୍ ଦ୍ଵାରା ଏକ ଘଣ୍ଟା ରେ ୫୦କେଜି ମକା କୁ ଶୁଖାଯାଇ ପାରିବ ବୋଲି କହିଥିଲେ । ଏହାର ମୂଲ୍ୟ ୩୦ହଜାର ଟଙ୍କା ରଖାଯାଇଛି । ଏହା ଉଭୟ କାଠ ଏବଂ ସୈାର ଶକ୍ତି ଉଭୟ ର ବ୍ୟବହାର କରାଯାଇ ପାରିବ । ଅନ୍ୟ ଏକ ଡ୍ରାଏର୍ ବିଦ୍ୟୁତ୍ ଚାଳିତ ପଙ୍ଖା ଓ କାଠରେ ଚାଲୁଥିବାରୁ ଏହାର ମୂଲ୍ୟ ୫୦ହଜାର ଟଙ୍କା ରହିଛି । ଏହି ଡ୍ରାଏର୍ ମାଧ୍ୟମରେ ଘଣ୍ଟା କୁ ୪୦୦କେଜି ପର୍ଯ୍ୟନ୍ତ ଶୁଖାଯାଇ ପାରିବ ।ଡ୍ରାଏର୍ ବ୍ୟବହାର ଦ୍ଵାରା କୀଟ ପତଙ୍ଗ ରୁ ମୁକ୍ତ କରିବା ସହ ଅଧିକ ସ୍ବାସ୍ଥ୍ୟପଯୋଗୀ ହୋଇ ପାରିବ ବୋଲି ସେ ପ୍ରକାଶ କରିଥିଲେ ।ଯୁବ ଉଦ୍ୟୋଗୀ ଜ୍ୟୋତି ରଞ୍ଜନ କଂସ ଏହି ମକା ଡ୍ରାଏର୍ ବ୍ୟବହାର ଦ୍ଵାରା ମକା ର ମାନ ଅଧିକ ହୋଇ ପାରିବ ବୋଲି କହିଥିଲେ । ବିଜ୍ଞାନ ଓ କାରିଗରୀ ଜ୍ଞାନ କୌଶଳ କ୍ରିୟାନ୍ବୟନ କମିଟି ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *