Wed. Oct 14th, 2026

ନବରଙ୍ଗପୁର: କନ୍ଦ ଫସଲ ଚାଷ ଦ୍ଵାରା ପୃଷ୍ଟି ହୀନତା ଦୂର ହେବା ସହ ଅନେକ ରୋଗ ରୁ ଉପସମ ମିଳିପାରିବ ବୋଲି କେନ୍ଦ୍ରୀୟ କନ୍ଦ ଫସଲ ଗବେଷଣା ସଂସ୍ଥାନ ଭୁବନେଶ୍ୱର ର ମୁଖ୍ୟ ଡ଼ଃ ଏମ୍ ନେଦୁଚେଜିଆନ୍ ମତ ପ୍ରକାଶ କରିଛନ୍ତି । ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ତାଲିମ କାର୍ଯ୍ୟକ୍ରମ ରେ ଯୋଗ ଦେଇ କନ୍ଦମୂଳ ଚାଷ ଦ୍ଵାରା ପୃଷ୍ଟି ହୀନତା ଦୂର କରିବା ସହ ମୂଲ୍ୟ ଯୁକ୍ତ ପଦାର୍ଥ ପ୍ରସ୍ତୁତ କରି ସ୍ବୟଂ ସହାୟିକା ଗୋଷ୍ଠୀ ଲାଭବାନ ହୋଇ ପାରିବେ ବୋଲି ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି । ଉଦ୍ୟାନ କୃଷି ବିଭାଗ ଏବଂ ବୈଜ୍ଞାନିକ ଙ୍କ ସମନ୍ବୟ ରେ କନ୍ଦ ଫସଲ ଚାଷ କୁ ଅଧିକ ଜାଗାରେ ଚାଷ କରିବା ସହ ଅନେକ ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତ ହୋଇ ପାରୁଛି ତେଣୁ ମୂଲ୍ୟ ଯୁକ୍ତ ପଦାର୍ଥ ତାଲିମ କାର୍ଯ୍ୟକ୍ରମ ଦ୍ବାରା ଜିଲ୍ଲାର ବିକାଶ ହୋଇ ପାରିବ ବୋଲି ଡ଼ଃ ମିଶ୍ର ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥାନ ର ବୈଜ୍ଞାନିକ ଡଃ ଭେଙ୍କଟରମଣ ବନସଡୋ କନ୍ଦ ଫସଲ ରେ କନ୍ଦ ମୂଳ ଭୁସୋନା ,ଭୂକ୍ରିଷ୍ଣା , ଗୈାରୀ,ଭୂକାନ୍ତି ଭଳି କିସମରେ ଅନେକ ଔଷଧୀୟ ଗୁଣ ଭରିରହିଛି ତେଣୁ ଏହାର ବଜାର ରେ ମଧ୍ୟ ଚାହିଦା ରହିଛି ଏହି କିସମ ଚାଷ ଏବଂ ବ୍ୟବହାର ଦ୍ଵାରା ପୃଷ୍ଟି ହୀନତା,କ୍ୟାନସର ଭଳି ରୋଗ ପ୍ରତିରୋଧକ ଶକ୍ତି ଭରିରହି ଥିବାର ସେ ପ୍ରକାଶ କରିଥିଲେ।କନ୍ଦ ଫସଲ ରୁ କନ୍ଦମୂଳ ଚିପସ୍,ପାସ୍ତା ଓ ନୁଡୁଲସ୍ ,ଗାଣ୍ଟିଆ,କୁରୁକୁରେ ମଧ୍ୟ ବଜାରରେ ବିକ୍ରି କରାଯାଇ ପାରିବ ବୋଲି ଡ଼ଃ ଭେଙ୍କଟରମଣ ମତବ୍ୟକ୍ତ କରିଛନ୍ତି।

ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଡ଼ଃ ପ୍ରଦୋଷ କୁମାର ପଣ୍ଡା ଉପସ୍ଥିତ ରହି ଉଦ୍ୟାନ କୃଷି ବିଭାଗ ସ୍ବୟଂ ସହାୟକ ଦଳ ମାଧ୍ୟମରେ ପ୍ରୋତ୍ସାହନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଦି ପି ଦି ଆତ୍ମା ଆନନ୍ଦ ରାଓ ଯୋଗ ଦେଇ ପାରମ୍ପରିକ କନ୍ଦ ମୂଳ ଏବଂ ବୈଜ୍ଞାନିକ କିସମ କନ୍ଦମୂଳ ର ଲାଭ ସମ୍ପର୍କରେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ,ଓରମାସ ର ଉପ କାର୍ଯ୍ୟ ନିର୍ବାହୀ ଏ.ଉମା ମହେଶ ରହିଥିବା ବେଳେ ବିଜ୍ଞାନ ଓ ପ୍ରଯୁକ୍ତି ପ୍ରକଳ୍ପ ର କ୍ରିୟାନ୍ବୟନ କମିଟି ସଭ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନବରଙ୍ଗପୁର ,ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକ ର ୫୦ଜଣ ଚାଷୀ ଓ ମହିଳା ସ୍ୱୟଂ ସହାୟକ ସଭ୍ୟା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *