Wed. Oct 14th, 2026

–

ନବରଙ୍ଗପୁର: ଡିଜିଟାଲ ଦୁନିଆରେ ବ୍ୟାଙ୍କ ରେ କର୍ମ ସଂସ୍ଥାନ ଅନେକ ମାତ୍ରାରେ ବୃଦ୍ଧି ଘଟିଛି ଏବଂ ଆସନ୍ତା ଦିନରେ ଅନେକ ମାତ୍ରାରେ ବୃଦ୍ଧି ଘଟିବ ବୋଲି ଡ଼ଃ ସଦା ବିହାରୀ ସାହୁ ମତବ୍ୟକ୍ତ କରିଛନ୍ତି ।’ମୁଁ ବି ସମର୍ଥ’‌ କାର୍ଯ୍ୟକ୍ରମ ର ୧୫ତମ ଭାଗରେ ଯୋଗ ଦେଇ ‌ଏସ୍.ଆଇ.ଡି.ବି.ଆଇ (SIDBI) ମୁମ୍ବାଇ ର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଡ଼ଃ ସାହୁ ବ୍ୟାଙ୍କ କ୍ଷେତ୍ରରେ ନିଯୁକ୍ତି ଅନେକ ମାତ୍ରାରେ ବୃଦ୍ଧି ଘଟିଛି ଆଗକୁ ଅଧିକ ଜ୍ଞାନ କୌଶଳ ବିନିଯୋଗ ହେଉଥିବାରୁ ଅନେକ କର୍ମ ନିଯୁକ୍ତି ମିଳିପାରିବ ବୋଲି ତେଣୁ ଛାତ୍ରଛାତ୍ରୀ ମାନେ ନିରନ୍ତର ଚେଷ୍ଟା କରିବା ଦରକାର ବୋଲି ସେ ମତ ପ୍ରକାଶ କରିଛନ୍ତି। ଦିଲ୍ଲୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ର ପିଓ ଚାରୁସ୍ମିତା ନାୟକ ଯୋଗ ଦେଇ ସ୍କୁଲ ଓ କଲେଜ ବିଦ୍ୟାର୍ଥୀ ଇଂରାଜୀ,ଗଣିତ ଭଳି ବିଷୟରେ ଇଣ୍ଟରନେଟ୍ ମାଧ୍ୟମରେ ଅନେକ ଶିକ୍ଷା ଗ୍ରହଣ କରି ପାରିବେ ଏବଂ ବିଧିବଦ୍ଧ ଭାବେ କୋଚିଂ ନେବାର ଆବଶ୍ୟକ ନାହିଁ । କେବଳ ନିଷ୍ଠା ଓ ଶୃଙ୍ଖଳା ଦ୍ବାରା ଯେ କୌଣସି ପରୀକ୍ଷା ରେ କୃତକାର୍ଯ୍ୟ ହୋଇପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି ।ଆଇ.ସି.ଆଇ.ସି.ଆଇ ବ୍ୟାଙ୍କ ଲକ୍ଷ୍ନୌ ର ଚିଫ୍ ମ୍ୟାନେଜର ମଣି ପ୍ରସାଦ ଦାସ ଯୋଗ ଦେଇ ବ୍ୟାଙ୍କ ଆଇନ ପାଠ୍ୟକ୍ରମ, କମ୍ପାନୀ ସେକ୍ରେଟାରୀ ଭଳି ପାଠ୍ୟକ୍ରମ ରେ ମଧ୍ୟ ବ୍ୟାଙ୍କ ରେ କର୍ମ ନିଯୁକ୍ତି ର ସୁଯୋଗ ରହିଛି ତେଣୁ ଏହିସବୁ ପାଠ ଦ୍ବାରା ନିଜକୁ ସଫଳ ବ୍ୟକ୍ତିତ୍ୱ ଭାବେ ଗଢି ତୋଳି ପାରିବେ ବୋଲି ସେ ପ୍ରକାଶ କରିଥିଲେ । ଭାରତ ସରକାର ଙ୍କ ପୂର୍ବତନ ବରିଷ୍ଠ ଅର୍ଥନୈତିକ ପରାମର୍ଶ ଦାତା ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇ ସରକାରୀ ଏବଂ ବେସରକାରୀ ସ୍ତରରେ କମ୍ପାନୀ ସେକ୍ରେଟାରୀ ର ସୁଯୋଗ ସମ୍ପର୍କରେ ମତପ୍ରକାଶ କରିଥିଲେ । ହାଇଦ୍ରାବାଦ ର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ର ପୂର୍ବତମ ଏଜିଏମ୍ ଶିବରାମ ପୃଷ୍ଟି ଯୋଗ ଦେଇ ସ୍ବପ୍ନ ଦେଖିବା ସହ ଯୁକ୍ତାତ୍ମକ ମାନସିକତା ଏବଂ ନିଷ୍ଠା ଦ୍ଵାରା ଲକ୍ଷ ସ୍ଥାନରେ ପହଞ୍ଚି ପାରିବ ବୋଲି ସେ ପ୍ରକାଶ କରିଥିଲେ ।’ମୁଁ ବି ସମର୍ଥ’ କାର୍ଯ୍ୟକ୍ରମ ର ସଂଯୋଜକ ଲକ୍ଷ୍ମୀ ନାରାୟଣ ବକ୍ସି ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଦ୍ୟାର୍ଥୀ ଯୋଗ ଦେଇ ସେମାନଙ୍କ ପ୍ରଶ୍ନ ବିଶେଷଜ୍ଞ ଙ୍କ ଠାରୁ ପଚାରି ବୁଝିଥିଲେ ।

Leave a Reply

Your email address will not be published. Required fields are marked *