ମନ ପସନ୍ଦର ରକ୍ତ ପିଅନ୍ତି ମଶା!

ମଶାମାନେ ଲୋକମାନଙ୍କୁ କାମୁଡିବାରେ ମଧ୍ୟ ସେମାନଙ୍କ ପ୍ରାଥମିକତା ବା ଚଏସ୍ ରଖିଥାନ୍ତି । ମଶାମାନେ ନିଜ ଖାଦ୍ୟ ପାଇଁ ମନୁଷ୍ୟ ଶରୀରୁ ରକ୍ତ ଶୋଷି ନଥାନ୍ତି । ମାଈ ମଶା ଲୋକମାନଙ୍କୁ କାମୁଡିଥାନ୍ତି କାରଣ ସେମାନେ ମନୁଷ୍ୟ ରକ୍ତରୁ ପ୍ରୋଟିନ୍ ସଂଗ୍ରହ କରି ଅଣ୍ଡା ସୃଷ୍ଟି କରି ସେଥିରୁ ଅଧିକ ମଶା ଛୁଆ କରିଥାନ୍ତି । ୮୫ପ୍ରତିଶତ ଲୋକଙ୍କୁ ବଂଶାନୁକ୍ରମିକ କାରଣରୁ ମଶା କାମୁଡିଥାଏ ।କିଛି ବ୍ଲଡ୍ ଗ୍ରୁପର ଲୋକଙ୍କ ରକ୍ତ ଅନ୍ ମାନଙ୍କ ତୁଳନାରେ ମିଠା ହୋଇଥାଏ । ‘ଓ’ ବ୍ଲଡ୍ ଗ୍ରୁପର ଲୋକଙ୍କୁ ମଶା କାମୁଡିବାର ସମ୍ଭାବନା ୮୩ ପ୍ରତିଶତରୁ ଅଧିକ ଅଛି । ସେହିଭଳି ‘ଏ’ ବ୍ଲଡ ଗ୍ରୁପର ଲୋକଙ୍କୁ ମଶା କମ୍ କାମୁଡିବାର ସମ୍ଭାବନା ରହିଥିବାବେଳେ ‘ବି’ ବ୍ଲଡ୍ ଗ୍ରୁପର ଲୋକଙ୍କୁ ମଶା ମଧ୍ୟମ ଭାବେ କାମୁଡିଥାନ୍ତି ।

ଶରୀର ଯଦି ମୋଟା ହୋଇଥାଏ ତେବେ ଆପଣଙ୍କୁ ମଶାମାନେ ଅଧିକ କାମୁଡିଥାନ୍ତି । ମୋଟା ଲୋକ ନିଶ୍ବାସରେ ଅଧିକ କାର୍ବନ ଡାଇଅକ୍ସାଇଡ ଛାଡିଥାନ୍ତି । କାର୍ବନ ଡାଇଅକ୍ସାଇଡକୁ ମଶାମାନେ ସହଜରେ ଜାଣିପାରିଥାନ୍ତି । ୫୦ ମିଟର ଦୂରରୁ ସେମାନେ କାର୍ବନ ଡାଇଅକ୍ସାଇଡକୁ ଜାଣିପାରିଥାନ୍ତି । ବୟସ୍କ ଲୋକ ଅଧିକ କାର୍ବନ ଡାଇଅକ୍ସାଇଡ୍ ଛାଡିଥାନ୍ତି ଫଳରେ ଛୁଆଙ୍କ ଅପେକ୍ଷା ବୟସ୍କ ଲୋକଙ୍କ ପାଖକୁ ମଶା ଅଧିକ ଯାଇଥାନ୍ତି ।

ମହିଳାମାନଙ୍କ ଅପେକ୍ଷା ପୁରୁଷମାନଙ୍କୁ ଅଧିକ ମଶା କାମୁଡିଥାନ୍ତି ।ଗର୍ଭବତୀ ମହିଳାଙ୍କୁ ମଶା ଅଧିକ କାମୁଡିଥାନ୍ତି । କାରଣ ସେମାନଙ୍କ ନିଶ୍ବାସରେ ଅଧିକ କାର୍ବନ ଡାଇଅକ୍ସାଇଡ୍ ଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଜଣେ ସାଧାରଣ ମହିଳା ତୁଳନାରେ ଗର୍ଭବତୀ ମହିଳା ୨୧ ପ୍ରତିଶତ ଅଧିକ କାର୍ବନ ଡାଇଅକ୍ସାଇଡ୍ ଛାଡିଥାନ୍ତି । ଲାକଟିକ୍ ଏସିଡ୍ ମଶାମାନଙ୍କୁ ବେଶୀ ଆକୃଷ୍ଟ କରିଥାଏ । ଯାହାକି ଅଧିକ କାମ କରିବା ଦ୍ବାରା ଝାଳ ଦ୍ବାରା ନିର୍ଗତ ହୋଇଥାଏ । ଯଦି ଆପଣ ଦୌଡିବା ପାଇଁ ବାହାରକୁ ଯାଉଛନ୍ତି କି ଜିମ୍ ଯାଉଛନ୍ତି ତେବେ ଆପଣଙ୍କୁ ଅଧିକ ମଶା କାମୁଡିବାର ସମ୍ଭାବନା ଥାଏ ।

You May Also Like

More From Author

+ There are no comments

Add yours