Thu. Oct 15th, 2026

ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦେଇଥିବା ଦଣ୍ଡବିଧାନ ଜାତିସଂଘରେ ପହଞ୍ଚିଛି। ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସଙ୍କ ମୁଖପାତ୍ର ଫରହାନ ହକଙ୍କର ଏହି ପ୍ରସଙ୍ଗରେ ବିବୃତ୍ତି ଆସିଛି। ସେ କହିଥିଲେ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଯିବା ଏବଂ ତାଙ୍କ ଦଳ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ନେଇ ମିଳିତ ଜାତିସଂଘ ଅବଗତ ଅଛନ୍ତି। ଗଣମାଧ୍ୟମ ସମ୍ମିଳନୀରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଫରହାନ ହକ କହିଛନ୍ତି, ‘ମୁଁ କହିପାରେ ଯେ ରାହୁଲ ଗାନ୍ଧୀଙ୍କ ମାମଲା ବିଷୟରେ ଆମେ ଅବଗତ। ଆମେଜାଣିଛୁ ଯେ ତାଙ୍କ ଦଳ ଏହି ରାୟ ବିରୋଧରେ ଅପିଲ କରିବାକୁ ଯୋଜନା କରିଛି। ଏହି ପର୍ଯ୍ୟାୟରେ ମୁଁ କେବଳ ଏତିକି କହିପାରେ ।

Leave a Reply

Your email address will not be published. Required fields are marked *