ଇତିହାସ ରଚିଲା ISRO, ଉତକ୍ଷେପଣ କଲା ସର୍ବବୃହତ ରକେଟ୍ ଲଞ୍ଚର ଏଲଭିଏମ-୩

ଶବ୍ଦ ଓଡିଶା ବ୍ୟୁରୋ: ମହାକାଶରେ ଇତିହାସ ରଚିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) । ଉତକ୍ଷେପଣ କରିଛି ୩୬ଟି ୱାନୱେବ ଉପଗ୍ରହକୁ ନେଇ ଯାଇପାରୁଥିବା ସବୁଠାରୁ ବଡ ରକେଟ୍ ଏଲଭିଏମ୍-୩ । ଏହା ସହ ରଚିଛି ଇତିହାସ ।

ସକାଳ ୯ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହି ରକେଟ୍ ଉତକ୍ଷେପଣ କରାଯାଇଛି । ପୃଥିବୀର ନିମ୍ନ କକ୍ଷପଥରେ ୭୨ଟି ଉପଗ୍ରହ ଉତକ୍ଷେପଣ ପାଇଁ ବ୍ରିଟେନର ନେଟୱର୍କ ଆକ୍ସେସ୍ ଆସୋସିଏଟ୍ସ ଲିମିଟେଡ୍ (ୱାନ୍ୱେବ୍ ଗ୍ରୁପ୍ କମ୍ପାନି) ଇସ୍ରୋର ବାଣିଜ୍ୟିକ ୟୁନିଟ୍ ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତି ଅନୁଯାୟୀ ଏହି ୩୬ଟି ଉପଗ୍ରହ ମହାକାଶକୁ ଉତ୍ କ୍ଷେପଣ କରାଯାଉଛି। ଏଲ୍ଭିଏମ୍୩ ରକେଟ ୪୩.୫ ମିଟର ଉଚ୍ଚ ଏବଂ ୬୪୩ଟନ୍ ଓଜନ ବିଶିଷ୍ଟ । ଏହା ୫୮୦୫ କିଲୋଗ୍ରାମ ଓଜନର ୩୬ଟି ଜେନ୍୧ ସାଟେଲାଇଟକୁ ନେଇ ପୃଥ୍ୱିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବ ।ଏହା ପୂର୍ବରୁ ୨୦୨୨ ଅକ୍ଟୋବର ୨୩ରେ ୱାନ୍ ୱେବ୍ ଗ୍ରୁପ୍ କମ୍ପାନି ପାଇଁ ପ୍ରଥମ ୩୬ଟି ଉପଗ୍ରହ ଉତକ୍ଷେପଣ କରାଯାଇଥିଲା। ଏହି ଉତକ୍ଷେପଣ ପାଇଁ ଇସ୍ରୋକୁ ୧୦୦୦ କୋଟି ଟଙ୍କା ଶୁଳ୍କ ମିଳିଛି।

You May Also Like

More From Author

+ There are no comments

Add yours