ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ରଦ୍ଦ, ବିଭିନ୍ନ ରାଜ୍ୟରେ କଂଗ୍ରେସ କରିବ ସତ୍ୟାଗ୍ରହ

ଶବ୍ଦ ଓଡିଶା ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟ ପଦ ଯିବା ପରେ ରଣହୁଙ୍କାର ଦେଇଛି କଂଗ୍ରେସ । ଆଜି ବିଭିନ୍ନ ରାଜ୍ୟରେ କଂଗ୍ରେସ ସତ୍ୟାଗ୍ରହ କରିବ । ଆନ୍ଧ୍ରପ୍ରଦେଶ, ପଞ୍ଜାବ ସମେତ ବିଭିନ୍ନ ରାଜ୍ୟ କଂଗ୍ରେସ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ସବୁ ରାଜ୍ୟର ଜିଲ୍ଲା ମୁଖ୍ୟାଳୟରେ କଂଗ୍ରେସ ସତ୍ୟାଗ୍ରହ କରିବ । ସକାଳ ୧୦ଟାରୁ ଅପରାହ୍ଣ ୫ ଟା ଯାଏ ଏହି ସତ୍ୟାଗ୍ରହ ଜାରି ରହିିବ ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ରାଜଧାନୀ ଦିଲ୍ଲୀର ରାଜଘାଟରେ ସତ୍ୟାଗ୍ରହ କରିବ । ମୋଦୀ ସରନେମକୁ ନେଇ ଦେଇଥିବା ବୟାନ ଯୋଗୁ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ଲୋକସଭା ପଦ ରଦ୍ଦ ହୋଇଛି ।

You May Also Like

More From Author

+ There are no comments

Add yours