ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୮୨୫ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ

ଶବ୍ଦ ଓଡିଶା ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଗସ୍ତରେ ଯିବେ । ପ୍ରଥମେ କବିସୂର୍ଯ୍ୟନଗର ଗସ୍ତ କରିବା ପରେ ହିଞ୍ଜିଳି ଏବଂ ଶେଷ କାର୍ଯ୍ୟକ୍ରମ ଛତ୍ରପୁର ରହିଛି । ଜିଲ୍ଲାରେ ୧ ହଜାର ୯୫୨ କୋଟି ୮୯ ଲକ୍ଷ ଟଙ୍କାର ୮୨୫ଟି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

୨୨ ହଜାର ୨ ଶହ ସ୍ୱୟଂ ସହାୟକ ଗୋଷ୍ଠୀର ୨ କୋଟି ୨୪ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ୬୧୯ କୋଟି ଟଙ୍କାର ବିନା ସୁଧରେ ଋଣ ଓ ସହାୟତା ପ୍ରଦାନ କରିବେ । ଏହା ସହ ୨୦ ହଜାର ହିତାଧିକାରୀଙ୍କୁ ଗ୍ରାମକଣ୍ଠ ଘରଡିହ ପଟ୍ଟା ବଂଟନ କରିବେ ମୁଖ୍ୟମନ୍ତ୍ରୀ

You May Also Like

More From Author

+ There are no comments

Add yours