ରାଜଧାନୀରେ ଏନକାଉଣ୍ଟର, ଜିତେନ୍ଦ୍ର ପଲେଇ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ: ରାଜଧାନୀରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ପଲେଇଙ୍କୁ ଏନକାଉଣ୍ଟର କରିଛି କମିଶନରେଟ ପୁଲିସ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ନଦୀଘାଟ ନିକଟରେ କମିଶନରେଟ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍ ଏହି ଏନକାଉଣ୍ଟର କରିଛି ।
ଏନକାଉଣ୍ଟରରେ ଅଭିଯୁକ୍ତ ଜିତେନ୍ଦ୍ରଙ୍କ ବାମ ଗୋଡରେ ଗୁଳି ବାଜିଥିବା ବେଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଜିତେନ୍ଦ୍ର ପଲେଇଙ୍କ ନାଁରେ ପୂର୍ବରୁ ଭୁବନେଶ୍ୱରରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ଖାରବେଳନଗର ଥାନାରେ ତାଙ୍କ ନାଁରେ ବୋମିଂ, ହତ୍ୟା ଉଦ୍ୟମ, ଅପହରଣ ଭଳି ଅପରାଧିକ ମାମଲା ରହିଛି ।

You May Also Like

More From Author

+ There are no comments

Add yours