ରାଜ୍ୟ ବିଭିନ୍ନ ଜିଲ୍ଲାରେ କୁଆପଥର ସହ ଝଡ଼ବର୍ଷା ନେଇ ପାଣିପାଗ ବିଭାଗର ଆକଳନ

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଆଜିଠୁ ଦୁଇ ଦିନ ଘଡ଼ ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ । ଆଜି ଏବଂ ଆସନ୍ତାକାଲି ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓଡ଼ିଶାରେ ଘଂଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଳକନ କରାଯାଇଛି ।
ଆଜି କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼ ଓ ଖୋର୍ଦ୍ଧା ଆଦି ଜିଲ୍ଲାରେ ୫୦ କିଲୋମିଟର ବେଗରେ ପବନ ବହିବ । କିଛି ସ୍ଥାନରେ କୁଆପଥର ମାଡ ହେବା ନେଇ ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷକରି ମୟୁରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଓ ଗଜପତି ଜିଲ୍ଲା କିଛି ଅଂଚଳରେ କୁଆପଥର ବର୍ଷା ସମ୍ଭାବନା ରହିଛି । ତେଣୁ ଏହି ୪ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣଂ ଜାରି କରାଯାଇଛି ।

You May Also Like

More From Author

+ There are no comments

Add yours