Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଭୂମିକମ୍ପରେ ଥରିଲା ରାଜସ୍ଥାନର ବିକାନେର। ଆଜି ସକାଳୁ ଏଠି ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ କରାଯାଇଛି।

ଭୂକମ୍ପର କେନ୍ଦ୍ରସ୍ଥଳ ବିକାନେର ଠାରୁ ୫୧୬ କିଲୋମିଟର ଦୂରରେ ଥିଲା। ଏହାର ଅଧ ଘଣ୍ଟା ପୂର୍ବରୁ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେ ରେକର୍ଡ କରାଯାଇଥିଲା।

ବିକାନେର ଭୂକମ୍ପ ଯୋଗୁଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି। ତେବେ ଏହି ଭୂମିକମ୍ପ ଯୋଗୁଁ କହାରି କୌଣସି କ୍ଷୟକ୍ଷତି ହୋଇନାହିଁ ଜନଜୀବନ ନଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *