Thu. Oct 15th, 2026

ଓଡ଼ିଆ ଭାଷାକୁ ଆଦର ଓ ଅକ୍ଷରକୁ ପରିଚୟ ପାଇଁ ଭୁବନେଶ୍ୱରର ଯଶୋଦା ମା ଫାଉଣ୍ଡେସନ ତରଫରୁ ଆରମ୍ଭ ହୋଇଛି ବର୍ଣ୍ଣବୋଧ ପ୍ରତିଯୋଗିତା। ଉତ୍କଳ ଦିବସ ଅବସରରେ ନୀଳାଦ୍ରି ବିହାର ଅଞ୍ଚଳର ୪ଟି ବସ୍ତିର ଛୋଟ ବଡ ପିଲା ଏଥିରେ ଭାଗ ନେଇଥିଲେ। ଓଡ଼ିଆ ସ୍ଵରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ କୁ ସୁନ୍ଦର ଓ ନିର୍ଭୁଲ ଲେଖିବା ନେଇ ଏହି ପ୍ରତିଯୋଗିତା ହୋଇଥିଲା।ଏହାସହ ଦେଶାତ୍ମବୋଧକ ଗୀତ ଗାଇବାକୁ ନେଇ ପ୍ରତିଯୋଗିତା ହୋଇଥିଲା। ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମାଜସେବୀ ନିବେଦିତା ଲେଙ୍କା ଦୀର୍ଘ ବର୍ଷେ ହେବ, ବର୍ଣ୍ଣ ବୋଧ ପାଠଶାଳା ମାଧ୍ୟମରେ ଅକ୍ଷର, ବର୍ଣ୍ଣ, ସୃଜନ ପ୍ରତିଭାକୁ ପ୍ରୋତ୍ସାହନ ଦେଇଆସୁଛନ୍ତି। ଆୟୋଜିତ ବର୍ଣ୍ଣବୋଧ ପ୍ରତିଯୋଗିତାରେ ଜଗନ୍ନାଥ ଆମ୍ବତୋଟା ବସ୍ତି, ସୋମନାଥ ବସ୍ତି, ପଣ୍ଡା ପାର୍କ ବସ୍ତି, ସୀତା ନାଥ ବସ୍ତିର ଅନେକ କୁନି କୁନି ପିଲା ଅଂଶଗ୍ରହଣ କରିଥିଲେ। ସମାଜସେବୀ ନିବେଦିତାଙ୍କ ସହ ଅଭିନେତା ପ୍ରଫୁଲ୍ଲ କୁମାର ଲେଙ୍କା, ଶବ୍ଦ ମିଡିଆ ୱେବ୍ ତଥା ପ୍ରଡକ୍ସନ ହାଉସର ପରିଚାଳନା ନିର୍ଦ୍ଦେଶକ ଶକ୍ତି ଶଙ୍କର ଦାଶ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରତିମାସରେ ବର୍ଣ୍ଣବୋଧ ପ୍ରତିଯୋଗିତା ଆୟୋଜନ କରି ଭାଷା ପ୍ରତି ମମତା ଏକ ଭିନ୍ନତା ସୃଷ୍ଟି କରିବ ବୋଲି କହିଛନ୍ତି ସମାଜ ସେବୀ ତଥା ଯଶୋଦା ମାଆ ଫାଉଣ୍ଡେସନର ପ୍ରତିଷ୍ଠାତା ନିବେଦିତା। ଆସନ୍ତା ଏପ୍ରିଲ ମାସରେ କୃତି ପ୍ରତିଯୋଗୀଙ୍କୁ ଉତ୍ସାହିତ କରାଯିବ।

Leave a Reply

Your email address will not be published. Required fields are marked *