Wed. Oct 14th, 2026

ଚର୍ଚ୍ଚାରେ ଫାରୁକ୍‌ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ। ଭଗବାନ ରାମଙ୍କୁ ନେଇ ସେ ଏକ ସାଧାରଣ ସଭାରେ ଯାହା କହିଛନ୍ତି, ତାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଫାରୁକ୍‌ କେବଳ ସାଧାରଣ ଭାବେ ବୟାନ୍ ଦେଇଛନ୍ତି ବୋଲି କହିଲେ ଉଚିତ୍ ହେବନି। ବାସ୍ତବରେ ସେ ଧୃଷ୍ଟତା କରିଛନ୍ତି। ଭଗବାନ ରାମଙ୍କୁ ନେଇ ତାଙ୍କ ବିବୃତ୍ତି ମୁର୍ଖତାରେ ପରିପୂର୍ଣ୍ଣ ବୋଲି କହିଲେ ଭୁଲ ହେବନି।ଫରୁକ କହିଛନ୍ତି ଭଗବାନ ରାମ ହେଉଛନ୍ତି ଆହ୍ଲାଙ୍କ ପ୍ରେରିତ ! ଏହା କେବଳ ଏକ ହାସ୍ୟାସ୍ପଦ କଥା ବ୍ୟାତିରେକ ଆଉ କିଛି ନୁହେଁ ବୋଲି କୁହାଯାଇପାରେ। ଇସଲାମରେ ଆଲ୍ଲାଙ୍କୁ ସର୍ବବ୍ୟାପକ ବୋଲି କୁହାଯାଏ। ଏ କଥାକୁ ସେହି ଧର୍ମରେ ଆସ୍ଥା ରଖୁଥିବା ଲୋକେ ଗ୍ରହଣ କରନ୍ତି। ଆମେ ମଧ୍ୟ ସେମାନଙ୍କ ଭାବାବେଗକୁ ସହୃଦୟତାର ସହ ଗ୍ରହଣ କରୁଛୁ। କିନ୍ତୁ ଫାରୁଖଙ୍କ ମୁର୍ଖତା ଉପରେ ହସ ଲାଗୁଛି। ସନାତନ ଧର୍ମରେ ଅବତାରବାଦର କଥା ରହିଛି। ଯାହାକୁ ଆଧାର କଲେ ଏତିକି କୁହାଯାଇପାରେ, ଭଗବାନ ରାମ ଶ୍ରୀ ବିଷ୍ଣୁଙ୍କ ଅବତାର। କିନ୍ତୁ ଫାରୁକ ଯେଉଁ ଧର୍ମକୁ ପ୍ରତିନିଧିତ୍ବ କରନ୍ତି ସେ ଧର୍ମର ଜନ୍ମ ୭ମ ଶତାଦ୍ଦୀରେ। ଏହାର ଯଥେଷ୍ଟ ପୂର୍ବରୁ ଆମ ସଂସ୍କୃତି ଏବଂ ସାଂସ୍କୃତିକ ଭାବଧାରା ବଜାଏ ରହିଛି। ଭଗବାନ ରାମ କୌଣସି କାଳ୍ପନିକ ଚରିତ୍ର ନୁହଁନ୍ତି। ଆମ ବିଶ୍ବାସର ସର୍ବମାନ୍ୟ ପୁରୁଷ ପୁରୁଷୋତ୍ତମ। ହେଲେ ଦ୍ବାଦଶ ଶତାଦ୍ଦୀରେ ଭାରତକୁ ଲୁଟି ଆସିଥିବା ଘୋରୀ ଓ ଗଜନିଙ୍କ ପରେ ହିଁ ଇସଲାମ ଭାରତରେ ପଦାର୍ପଣ କଲା। ଏଣୁ ଏଭଳି ସ୍ଥିତିରେ ଫାରୁକ କେମିତି ଭଗବାନ ରାମଙ୍କୁ ଅଲ୍ଲାଙ୍କ ପ୍ରେରିତ ବୋଲି କହିଲେ, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବାସ୍ତବରେ ଭାରତରେ ନିଜ ରାଜନୈତିକ ଦବଦବାକୁ ପ୍ରକ୍ଷାପିତ କରିବାକୁ ଫାରୁକ ବାଚାଳ ପରି ପ୍ରଳାପ କରୁଛନ୍ତି ବୋଲି କହିଲେ ଆଦୌ ଭୁଲ ହେବନି ବୋଲି ବୁଦ୍ଧିଜିବି ମହଲରୁ ପ୍ରକାଶ।

Leave a Reply

Your email address will not be published. Required fields are marked *