ଓଡିଆ ଭାଷାରେ ହେବ ଏସଏସସି ପରୀକ୍ଷା

ଶବ୍ଦ ଓଡିଶା ବ୍ୟୁରୋ: ପ୍ରଥମ ଥର ଏସଏସସି ପରୀକ୍ଷା ଓଡିଆ ଭାଷାରେ ହେବ । ଓଡିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ହେବାକୁ ଯାଉଛି । ମଲ୍ଟି-ଟାସ୍କିଂ ନନଟେକନିକାଲ ଷ୍ଟାଫ ଏକଜାମିନେସନ -୨୦୨୨ରେ ବିଭିନ୍ନ ଭାଷାରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ଓଡିଆ ସମେତ ଉର୍ଦ୍ଦୁ, ତାମିଲ, ମାଲାୟଲମ, ତେଲୁଗୁ, କନ୍ନଡ, ଅହମିଆ, ବଙ୍ଗଳା, ଗୁଜରାଟୀ, କୋଙ୍କଣୀ, ମଣିପୁରୀ. ମରାଠୀ ଓ ପଞ୍ଜାବୀ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବରୁ କର୍ମଚାରୀ ଚୟନ ଆୟୋଗ(ଏସଏସସି) ପରୀକ୍ଷା ଇଂରାଜୀ ଏବଂ ହିନ୍ଦୀରେ ହେଉଥିଲା ।
ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗ ପାଇଁ ଗ୍ରୁପ-ବି (ନନଗେଜେଟେଡ) ଏବଂ ଗ୍ରୁପ ସି (ନନଟେକନିକାଲ) ପରୀକ୍ଷାର ଆୟୋଜନ କରାଯାଉଛି । ଏସଏସସି ଦ୍ୱାରା ଏହି ପରୀକ୍ଷା ଗୁଡିକ ହିନ୍ଦୀ ଏବଂ ଇଂରାଜୀରେ କରାଯାଇଥାଏ । ବିଭିନ୍ନ ପରୀକ୍ଷାର୍ଥୀଙ୍କ ପକ୍ଷରୁ ଆଞ୍ଚଳିକ ଭାଷାରେ ପରୀକ୍ଷା ନେଇ ଅନେକ ଦାବି ପରେ ଏହି ନିଷ୍ପତ୍ତି ନିଆଯାଇଛି ।

You May Also Like

More From Author

+ There are no comments

Add yours