Thu. Oct 15th, 2026

ଲୋକ ମହୋତ୍ସବ ଚଇତିର ତୃତୀୟ ସନ୍ଧ୍ୟା ଖୁବ ଚିତ୍ତାକର୍ଷକ ହୋଇଥିଲା । ଭରପୁର ଦର୍ଶକଙ୍କ ଭିଡ଼ ଭିତରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ପ୍ରଥମେ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ର୍ୟକ୍ରମ l ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟ ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ମାଝୀ, ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱରସ୍ୱତୀ ମାଝୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ, କୋରାପୁଟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ, ପଛୁଆ ଜାତି ବିକାଶ ଉପଦେଷ୍ଟା ପୃଥ୍ୱିରାଜ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ l ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ସରକାରୀ ଅଧିକାରୀମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ୱରେ ଥିଲେ l ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଓଡିଶାର ସୁନାମାଧନ୍ୟା ଗାୟିକା ଅସୀମା ପଣ୍ଡାଙ୍କ ସଙ୍ଗୀତ ପରିବେଷଣ l  ହଜାର ହଜାର ଦର୍ଶକ ଅସୀମା ପଣ୍ଡାଙ୍କ ସଙ୍ଗୀତ ସ୍ୱର ଓ ତାଳରେ ଝୁମି ଉଠିଥିଲେ l ଏନ୍ୟପଟେ ପାର୍ସଲି ଷ୍ଟଲରେ ଡ଼ଙ୍ଗରିଆ କନ୍ଧ  ମାନେ ନିଜର ପରମ୍ପରିକ ବେଶଭୁଷା ଓ ନିଜ ଅଞ୍ଚଳରେ ଉତ୍ପାଦିତ କୃଷି ଜନିତ ଦ୍ରବ୍ୟ ସହ ବସିଥିଲେ ।ଆଦିବାସୀ ଜନଜୀବନର ସରଳ ଚିତ୍ର ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ଅତି ସୁନ୍ଦର ଓ ମନଲାଖି ବେଶଭୂଷା ସମ୍ପର୍କରେ ପଚାରି ବୁଝୁଥିଲେ ଦର୍ଶକ ।

Leave a Reply

Your email address will not be published. Required fields are marked *