ନାଚୁଣୀ ମହାବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବ,ପ୍ରସ୍ତାବିତ ବିଜ୍ଞାନ ବ୍ଲକର ଶିଳାନ୍ୟାସ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୂଖ ସଚିବ ବିଷ୍ଣୁପଦ ସେଠୀ, ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ, ସମ୍ମାନୀୟ ଅତିଥିଭାବେ ପୂର୍ବତନ ବିଧାୟକ ତଥା କଲେଜର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବିଭୂତି ଭୂଷଣ ହରିଚନ୍ଦନ ଯୋଗଦେଇଥିଲେ । ଦୀର୍ଘ ତିନି ଧରି ୪୨ତମ ବାର୍ଷିକ ଉତ୍ସବ ପାଳନ ହୋଇଥିଲା ।

ଏହି ଅବସରରେ ଆୟୋଜିତ ହୋଇଥିଲା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ । ସାଂସ୍କୃତିକ ଉତ୍ସବ ଅବସରରେ ମାନ୍ୟବର ଉଚ୍ଚଶିକ୍ଷ ମନ୍ତ୍ରୀ ନାଚୁଣୀ କଲେଜରେ ପ୍ରସ୍ତାବିତ ବିଜ୍ଞାାନ ବ୍ଲକର ଶିଳାନ୍ୟାସ କରିଥିଲେ । ନିଜ ଅଭିଭାଷଣରେ କଲେଜର ଆବଶ୍ୟକୀୟ ସମସ୍ତ ବିଷୟରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ‘ମୋ କଲେଜ ଯୋଜନା’ ମାଧ୍ୟମରେ କଲେଜର ବିକାଶ ମୂଳକ କାମ ଆଗେଇବ । ତେଣୁ ଅଂଚଳବାସୀ ଓ ବିଶେଷ ଭାବେ କଲେଜର ପ୍ରତିଷ୍ଠାତା ଡ.ବିଭୂତି ଭୂଷଣ ହରିଚନ୍ଦନଙ୍କ ସହଯୋଗ ନିହାତି ଜରୁରୀ ବୋଲି ମତ ରଖିଥିଲେ ।

କଲେଜର ବିକାଶ ମୂଳକ କାମ ଓ ଆବଶ୍ୟକତା ନେଇ କଲେଜ ତରଫରୁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଅବଗତ କରାଯାଇଥିଲା । ମାନ୍ୟବର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଅତି ବିନମ୍ରତାର ସହିତ କହିଥିଲେ ଯେ, ଦଳୀୟ ମନୋଭାବରୁ ଉର୍ଦ୍ଧ୍ବରେ ରହି ନାଚୁଣୀ କଲେଜର ଉନ୍ନତ୍ତିକରଣ ପାଇଁ ଅଂଚଳବାସୀ, କଲେଜ ମ୍ୟାନେଜମେଣ୍ଟ ପ୍ରତିଷ୍ଠାତା ପୂର୍ବତନ ବିଧାୟକ ଡ. ବିଭୂତି ବାବୁଙ୍କ ପୂର୍ଣ୍ଣ ସହଯୋଗରେ ନିଶ୍ଚିତ ସଫଳତା ହାସଲ କରିବ। ଡ.ହରିଚନ୍ଦନ ନାଚୁଣୀ କଲେଜକୁ ସହଯୋଗ ପ୍ରଦାନ ସପକ୍ଷରେ ଦେଇଥିବା ମତାମତ ପାଇଁ ଉଚ୍ଚ ଶିକ୍ଷାମନ୍ତ୍ର ଶ୍ରୀଯୁକ୍ତ ସୁରଶ ପୂଜାରୀ, ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ ଓ ଉଚ୍ଚଶିକ୍ଷା ବିଭାଗ ପ୍ରମୂଖ ସଚିବଙ୍କୁ ଅଂଚଳବାସୀ ତଥା ନିଜ ତରଫରୁ କୃତଜ୍ଞତା ଜ୍ଞାପନ କରିଥିଲେ। 

କଲେଜ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଅଫିସ କର୍ମଚାରୀ ସୂଚାରୁ ରୂପେ କାର୍ଯ୍ୟ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ସହ କଲେଜର ଛାତ୍ରଛାତ୍ରୀମାନଙ୍କ ସହଯୋଗର ଭୂମିକା ଅତି ସୁନ୍ଦର ଥିଲା।  ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମେଲୋଡି  ଆୟୋଜନ କରାଯାଇଥିଲା।

You May Also Like

More From Author

+ There are no comments

Add yours